Below header

ଇଂଲଣ୍ଡ ବିପକ୍ଷ ବାକି ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

ଇଂଲଣ୍ଡ ବିପକ୍ଷ ଆଉ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ୧୮ ଜଣିଆ ଟିମରେ ପୃଥିବୀ ଶାହା ଓ ହନୁମାନ ବିହାରୀ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି । ସେହିପରି ମୁରଲୀ ବିଜୟ ଓ କୁଲଦୀପ ଯାଦବଙ୍କୁ ଟିମରୁ ବାଦ ଦିଆଯାଇଛି । ତୃତୀୟ ଟେଷ୍ଟ ଜିତିବା ପରେ ପାଞ୍ଚଟିକିଆ ସିରିଜରେ ଭାରତ ୧-୨ରେ ପଛୁଆ ରହିଛି । ପୃଥିବୀ ଓ ହନୁମାନଙ୍କ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ଟିମରେ ସାମିଲ କରାଯାଇଛି । ୧୮ ବର୍ଷିୟ ପୃଥିବୀ ଶାହାଙ୍କ ଅଧିନାୟକତ୍ୱରେ ଭାରତ ଟିମ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା । ଏହାପରେ ପୃଥିବୀଙ୍କୁ ଭାରତୀୟ-ଏ ଦଳରେ ସାମିଲ କରାଯାଇଥିଲା । ସେହିପରି ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଖେଳି ସେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ୨୪ ବର୍ଷିୟ ଆନ୍ଧ୍ରପ୍ରଦେଶର ରଣଜୀ ଟିମର ଅଧିନାୟକ ଅଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ଟି ଶତକ ଓ ୨୪ ଅର୍ଦ୍ଧଶତକ କରିଛନ୍ତି । ଆସନ୍ତା ୩୦ ତାରିଖରେ ଚତୁର୍ଥ ଓ ସେପ୍ଟେମ୍ବର ୭ ତାରିଖରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.