ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀକୁ ଉଠାଇଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀକୁ ଉଠାଇଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗତକାଲି ରାତିରେ କେନ୍ଦ୍ରାପଡ଼ା ମହିପାଳ ଅଂଚଳରୁ ସରୋଜ ପତିକୁ ଧରିଛି କ୍ରାଇମବ୍ରାଞ୍ଚ ଟିମ୍ । ମହିପାଳରେ ସରୋଜଙ୍କ ଏକ କମ୍ପ୍ୟୁଟର ଦୋକାନ ରହିଛି । ଟିଟୋର ଠିକାଦାରୀ କାମକୁ ସରୋଜ ବୁଝୁଥିବାର ଅଭିଯୋଗ ରହିଥିଲା । ଟିଟୋ ଲିଙ୍କରେ ଏଯାଏଁ ୧୭ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ତେବେ ଗ୍ୟାଙ୍ଗଷ୍ଟରର ଫେରାର୍ ୬ ଭାଇଙ୍କ ଖୋଜା ଚାଲିଛି । ସେମାନଙ୍କୁ ଧରିବା ପରେ ଟିଟୋ କଳାସାମ୍ରାଜ୍ୟର ପର୍ଦ୍ଦାଫାସ ହେବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ରଖିଛି । ଟିଟଟୋ ଏବଂ କେନ୍ଦ୍ରାପଡ଼ା ଜେଲରେ ରହିଛି ।