Below header

ଟଙ୍କା ପଇସା କାରବାର ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବାଲେଶ୍ୱର (କେନ୍ୟୁଜ୍) : ସହଦେବଖୁଣ୍ଡା ଥାନା କଣ୍ଟାବଣିଆ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଦୁଇଜଣ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁ ମୁଣ୍ଡରେ କିଛି ଅସାମାଜିକ ଯୁବକ ଗାଁର ଚିତ୍ତରଞ୍ଜନ ବେହେରାଙ୍କୁ ଟଙ୍କା ମାଗିଥିଲେ । ଚିତ୍ତରଞ୍ଜନ ଟଙ୍କା ନଦେବାରୁ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ମାଡ ମାରିଥିଲେ । ଘଟଣାସ୍ଥଳରେ ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ବେହେରା ପହଂଚିବାରୁ ତାଙ୍କୁ ଯୁବକମାନେ ଛୁରାମାଡ଼ କରିଥିଲେ । ତାଙ୍କ ପାଖରେ ଥିବା ୪୫ ହଜାର ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଗାଁରେ ପୋଲିସ ମୁତୟନ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.