ଅଗଣିତ ସମ୍ପତ୍ତି ରଖି ଗିରଫ ହେଲେ ଗଣିତ ଅଧ୍ୟାପକ,ଗତକାଲି ଭିଜିଲାନ୍ସ କରିଥିଲା ରେଡ଼୍

କେନ୍ୟୁଜ୍(ବ୍ୟୁରୋ): ଗଣିତ ଅଧ୍ୟାପକଙ୍କ ଅଗଣିତ ସମ୍ପତ୍ତି । ହିସାବ ଦେବାରେ ଭୁଲଭାଲ କରିଦେଲେ ଅଙ୍କ ଅଧ୍ୟାପକ । ଆମେ କହୁଛୁ ସିଇଟି କଲେର ସହକାରୀ ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ରଙ୍କ କଥା । ଗତକାଲି ରେଡ ପରେ ଆଜି ପ୍ରସନ୍ନଙ୍କୁ ଗିରଫ କରିଛି ଭୁବନେଶ୍ୱ ଭିଜିଲାନ୍ସ ଡିଭିଜନ୍‌ ।  ଏବେ ନଜର ପକାନ୍ତୁ ଅଙ୍କ ଅଧ୍ୟାପକଙ୍କ ସମ୍ପତ୍ତି ଉପରେ ।.. ଭୁବନେଶ୍ୱର ଖଣ୍ଡଗିରିବାରିରେ ପ୍ରସନ୍ନଙ୍କ ରହିଛି ଦେଢ଼କୋଟି ଟଙ୍କାର ଦୁଇଟି ୪ମହଲା ଘର । ଖୋଦ୍ଧା ଟାଙ୍ଗୀରେ ରହିଛି ୫ଲକ୍ଷ ଟଙ୍କାର ଦୁଇ ମହଲା ଘର । ଭୁବନେଶ୍ୱରରେ ରହିଛି ପାଖାପାଖି ୧୫ଲକ୍ଷର ଦୁଇଟି ପ୍ଲଟ । ୩୬ଲକ୍ଷ ୩୬ହଜାର ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ କରିଛନ୍ତି ପ୍ରସନ୍ନ । ଏଭଳି ଭାବେ ମୋଟ୍‌ ୨କୋଟି ୧୯ଲକ୍ଷ ୬୩ହଜାର ଟଙ୍କାର ମାଲିକ ହେଉଛନ୍ତି ପ୍ରସନ୍ନ । ୧କୋଟି ୮୮ଲକ୍ଷ ଟଙ୍କା ଆୟବହିଭୁତ ସମ୍ପତ୍ତି ଠୁଳ କରିଛନ୍ତି ପ୍ରସନ୍ନ । ଯାହା ୨୫୪ପ୍ରତିଶତ ଅଧିକ ।

 

ତଦନ୍ତରେ ଜଣାପଡିଛି , ପରିକ୍ଷା ଖାତା ଦେଖା ଓ ଆଡମିସନ୍‌ କରାଇ ଦେବା ନାରେ ଟଙ୍କା ନେଉଥିଲେ ପ୍ରସନ୍ନ । ଗତ ୩ବର୍ଷ ହେବ କଣ୍ଟ୍ରାକଚୁଆରଲରୁ ରେଗୁଲାର ହୋଇଛନ୍ତି । ଆଉ ହଠାତ କୋଟିପତି ହେବାପରେ ତାଙ୍କ ନାମରେ ଅଭିଯୋଗ ଆସିଥିଲା । ତଦନ୍ତ ବେଳେ ଭିଜିଳାନ୍ସ ଜାଣିବାକୁ ପାଇଛି ପ୍ରସନ୍ନ ନିଜ ସ୍ତ୍ରୀଙ୍କ ନାମରେ ବି ସମ୍ପତ୍ତି ରଖିଛନ୍ତି । ଯାହାର ଏବେ ଖୋଳତାଡ ଚାଲିଛି । ସେପଟେ ନିଜ ଉପାର୍ଜିତ ଟଙ୍କାରେ ସମ୍ପତ୍ତି କରିଥିବା କହିଛନ୍ତି ଗଣିତ ଅଧ୍ୟାପକ ପ୍ରସନ୍ନ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ପ୍ରସନ୍ନଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଗିରଫ ପରେ ଆଜି ପ୍ରସନ୍ନକୁ କୋର୍ଟ ଚାଲାଣ କରାଯାଇଛି ।   

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.