Below header

ନୟାଗଡ଼ ଶରଣକୂଳରେ ବ୍ରେକ ଫେଲ୍ ହେବାରୁ ଦୁର୍ଘଟଣା:୮ ଜଣଙ୍କ ଉପରେ ଚଢିଗଲା ହାଇୱା, ୩ ମୃତ

ନୟାଗଡ(କେନ୍ୟୁଜ୍):  ବ୍ରେକ ଫେଲ୍ ହେବାରୁ ଦୁର୍ଘଟଣା। ୮ ଜଣଙ୍କ ଉପରେ ଚଢିଗଲା ହାଇୱା। ଘଟଣା ସ୍ଥଳରେ ୩ ଜଣଙ୍କର ମୃ‌ତ୍ୟୁ ହୋଇଥିବା ବେଳେ ବାକି ଅନ୍ୟମାନେ ଗୁରୁତର ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି। ଏହି ଘଟଣା ଘଟିଛି ନୟାଗଡ ଜିଲ୍ଳା ଶରଣକୂଳ ଅଞ୍ଚଳରେ । ଏକ ହାଇୱା ବ୍ରେକ ଫେଲ ହୋଇଯିବାରୁ ରାସ୍ତା କଡ଼ରେ  ଯାଉଥିବା  ୮ ଜଣଙ୍କ ଉପରେ ଚଢି ଯାଇଥିଲା ।

ଯାହାଫଳରେ ୩ ଜଣ ଘଟଣା ସ୍ଥଳରେ ମୃ‌ତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନଙ୍କୁ ଭୁବନେଶ୍ବର ସ୍ତାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.