Below header

ବିନା କୌଣସି ଅଡିସନ୍‌ରେ ‘ତାରକ ମେହେତା…’ ପାଇଁ ସିଲେକ୍ଟ ହୋଇଥିଲେ ଚମ୍ପକ ଚାଚା, ଗୋଟିଏ ଏପିସୋଡ୍‌ ପାଇଁ ନିଅନ୍ତି ଏତେ ଟଙ୍କା

୧୨ ବର୍ଷ ଧରି ‘ତାରକ ମେହେତା କା ଉଲ୍‌ଟା ଚଷମା’ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଛି। ଲୋକମାନେ ଏହି ଶୋ’କୁ ଯେତିକି ପସନ୍ଦ କରନ୍ତି ତା’ଠୁ ଅଧିକ ଏଥିରେ ଅଭିନୟ କରୁଥିବା ଲୋକଙ୍କୁ ଭଲ ପାଆନ୍ତି। ସେଭଳି ଜଣେ ଚରିତ୍ର ହେଉଛନ୍ତି ଚମ୍ପକ ଚାଚା ବା ବାପୁଜୀ। ଗତ ୧୨ ବର୍ଷ ଧରି ଅମିତ ଭଟ୍ଟ ଏହି ଚରିତ୍ରରେ ଅଭିନୟ କରି ଆସୁଛନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଅମିତ ଭଟ୍ଟଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ବିନା କୌଣସି ଅଡିସନ୍‌ରେ ମିଳିଥିଲା।

 

View this post on Instagram

 

A post shared by Amit Bhatt (@amitbhattmkoc)

ଏକ ଇଣ୍ଟରଭ୍ୟୁରେ ଅମିତ ଏନେଇ କହିଥିଲେ। ସେ କହିଥିଲେ ଯେ ତାରକ ମେହେତାରେ କାମ କରିବା ପାଇଁ ତାଙ୍କୁ କୌଣସି ଇଣ୍ଟରଭ୍ୟୁ ଦେବାକୁ ପଡ଼ିନଥିଲା। ଶୋ’ ପ୍ରଡ୍ୟୁସର ଅସିତ୍‌ ମୋଦିଙ୍କୁ ଦିଲ୍ଲୀପ ଯୋଶୀ(ଜେଠାଲାଲ) ତାଙ୍କ ନାଁ ସୁପାରିଶ କରିଥିଲେ। ଏକ ହୋଟେଲରେ ସେମାନେ ଦେଖା ହୋଇଥିଲେ ଓ ଅମିତଙ୍କୁ ଚମ୍ପକ ଚାଚା ରୋଲ୍‌ ମିଳିଥିଲା ବୋଲି ସେ କହିଛନ୍ତି।

 

View this post on Instagram

 

A post shared by Amit Bhatt (@amitbhattmkoc)

ଅମିତ କହିଛନ୍ତି ମାତ୍ର ୩୬ ବର୍ଷ ବୟସରେ ତାଙ୍କୁ ବୁଢ଼ା ରୋଲ୍‌ ମିଳିଥିଲା। ଏହି ଭୂମିକାକୁ ସେ ଅତି ନିଖୁଣତାର ସହ କରିଛନ୍ତି ଯାହା ଶୋ’ର ଟିଆର୍‌ପିକୁ ବଢ଼ାଇଛି। ତେବେ ଫିସ୍‌ ବାବଦରେ ଅମିତ କହିଛନ୍ତି ତାଙ୍କୁ ଗୋଟିଏ ଏପିସୋଡ୍‌ ପାଇଁ ୭୦-୮୦ ହଜାର ଟଙ୍କା ମିଳେ। ସେ ନିଜ କାମକୁ ନେଇ ବହୁତ ଖୁସି ବୋଲି କହିଛନ୍ତି ଅମିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.