Below header

ଏବେ ଗୁଗଲ ପେ’ରେ ଆଉ ମାଗଣାରେ କରିପାରିବେନି ଟଙ୍କା ଟ୍ରାନ୍ସଫର୍‌, ଦେବାକୁ ପଡିବ ଚାର୍ଜ

ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଗୁଗୁଲ୍ ପେ ଆସନ୍ତା ବର୍ଷ ଜାନୁୟାରୀରୁ ଏହାର ପେ-ଟୁ-ପେ’ର ପେମେଣ୍ଟ ସୁବିଧା ବନ୍ଦ କରିବାକୁ ଯାଉଛି । ଏହାର ପ୍ରତିବଦଳରେ, କମ୍ପାନୀ ଏକ ନୂଆ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ପେମେଣ୍ଟ ସିଷ୍ଟମ ଯୋଡିବ । ଯାହା ପାଇଁ ଉପଭୋକ୍ତାଙ୍କୁ ଏବେ ଦେୟ ଦେବାକୁ ପଡିବ । ତେବେ କେତେ ଚାର୍ଜ ଦେବାକୁ ପଡିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ ।

ସୂଚନା ଅନୁଯାୟୀ, ଯେତେବେଳେ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥାନ୍ତି ସେତେବେଳେ ଟଙ୍କା ଟ୍ରାନ୍ସଫର ହେବାକୁ ଏକରୁ ତିନି ଦିନ ସମୟ ଲାଗିଥାଏ । କିନ୍ତୁ ଡେବିଟ୍ କାର୍ଡରୁ ତୁରନ୍ତ ପେମେଣ୍ଟ ଟ୍ରାନ୍ସଫର ହୋଇ ଯାଇଥାଏ । କମ୍ପାନୀ ସପୋର୍ଟ ପେଜରେ ଘୋଷଣା କରିଛି ଯେ ଯେତେବେଳେ ଆପଣ ଡେବିଟ୍ କାର୍ଡରୁ ଟଙ୍କା ଟ୍ରାନ୍ସଫର କରନ୍ତି, ସେତେବେଳେ 1.5% କିମ୍ବା $ 0.31 ଡଲାର ଚାର୍ଜ ଲାଗିଥାଏ (ଯାହା କି ଅଧିକ) । ଏପରିସ୍ଥଳେ ଗୁଗଲ ପକ୍ଷରୁ ମଧ୍ୟ ଇନଷ୍ଟାଣ୍ଟ ମନି ଟ୍ରାନ୍ସଫର ଉପରେ ଏକ ଚାର୍ଜ ଆଦାୟ କରାଯାଇପାରିବ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଗୁଗୁଲ୍ ପେ ମୋବାଇଲ୍ କିମ୍ବା pay.google.com ରୁ ଟଙ୍କା ପଠାଇବା ଏବଂ ରିସିଭ କରିବାଭଳି ସୁବିଧା ଦେଉଛି । ହେଲେ ଏହି ୱେବ୍ ଆପ୍ ବନ୍ଦ କରିବାକୁ ଗୁଗୁଲ ପକ୍ଷରୁ ଏକ ବିଜ୍ଞପ୍ତି ଘୋଷଣା କରାଯାଇଛି। ଏପରି ପରିସ୍ଥିତିରେ, ଉପଭୋକ୍ତାମାନେ 2021 ଆରମ୍ଭରୁ Pay.google ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ । ଏଥିପାଇଁ ଉପଭୋକ୍ତାଙ୍କୁ ଗୁଗୁଲ୍ ପେ ବ୍ୟବହାର କରିବାକୁ ପଡିବ । ଏଥିସହ ଗୁଗୁଲ ପକ୍ଷରୁ ଆହୁରି କୁହାଯାଇଛି ଯେ ଗୁଗୁଲ ପେ’ର ସପୋର୍ଟ ପେଜ ମଧ୍ୟ ଆସନ୍ତା ବର୍ଷ ଜାନୁୟାରୀରୁ ବନ୍ଦ କରାଯିବ ।

ଗତ ସପ୍ତାହରେ ଗୁଗୁଲ ଦ୍ୱାରା ଅନେକ ଫିଚର ଉପସ୍ଥାପିତ ହୋଇଛି । ଆମେରିକୀୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏହି ସମସ୍ତ ଫିଚର ଆସିଯାଇଛି । ଏଥିସହ କମ୍ପାନୀ ଗୁଗୁଲ୍ ପେ’ର ଲୋଗୋ ମଧ୍ୟ ପରିବର୍ତ୍ତନ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.