Below header

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ, ଚଳିତବର୍ଷ ପାସହାର ୭୦.୭୮% : ୧୧ଟାରେ ନିମ୍ନଲିଖିତ ଲିଙ୍କରେ ଦେଖିପାରିବେ ରେଜଲ୍ଟ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ପାସ ହାର ରହିଛି ୭୦.୭୮ ପ୍ରତିଶତ। ମୋଟ୍‌ ୩ ଲକ୍ଷ ୯୭ ହଜାର୧୨୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଫେଲ ହୋଇଛନ୍ତି୧ ଲକ୍ଷ ୬୩ ହଜାର ୯୫୪ ଛାତ୍ରଛାତ୍ରୀ। ୨୮୯ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୮୨ଟି ସ୍କୁଲରେ ପାସହାର ଶୂନ ପ୍ରତିଶତ ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ପାସ ହାର ରହିଛି୮୫.୪୮%। କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସହାର୫୦.୬୧%। ଏବର୍ଷ A1ରେ ୧ ହଜାର ୧୮୧ ଛାତ୍ରଛାତ୍ରୀ, A2ରେ ୯ ହଜାର ୯୩୮, B1ରେ ୨୪ ହଜାର ୯୭୨, B2ରେ ପାସ୍‌ କରିଛନ୍ତି ୪୬ ହଜାର ୧୬୫ ଛାତ୍ରଛାତ୍ରୀ। ପୂର୍ବବର୍ଷ ଅପେକ୍ଷା ରେଜଲ୍ଟ ହାର ହ୍ରାସ ପାଇଥିବା ଜଣା ପଡ଼ିଛି।

ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ସଚିବ ଓ ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ଉପସ୍ଥିତିରେ ମାଟ୍ରିକ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏହାପରେ ୧୧ଟାରୁ ବୋର୍ଡ େଓ୍ଵବସାଇଟରେ ଉଫଲବ୍ଧ ହେବ ରେଜଲ୍ଟ। ଛାତ୍ରଛାତ୍ରୀwww.bseodisha.nic.in, www.bseodisha.ac.inରେ ଲଗ୍‌ ଅନ୍‌ କରି ପରୀକ୍ଷାଫଳ ଜାଣି ପାରିବେ। ଏସଏମଏସରେ ବି ଜାଣି ହେବ ରେଜଲ୍‌୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.