Below header

ରେଡ୍ ଗାଉନରେ ପ୍ରିୟଙ୍କାଙ୍କୁ ଦେଖି ନିଜକୁ ଅଟକାଇ ପାରିଲେନି ନିକ୍, ଫ୍ୟାନ୍ସ କହିଲେ- ଏହା Cannes ଟିକେ କଣ୍ଟ୍ରୋଲ୍ କର

ପ୍ରିୟଙ୍କା ଚୋପ୍ରା ଚଳିତ ବର୍ଷ କାନ୍ ଫେଷ୍ଟିଭାଲରେ ଧମାକାଦାର ଡେବ୍ୟୁ କରିଛନ୍ତି। ରେଡ୍ କାରପେଟରୁ ଆରମ୍ଭ କରି ପାର୍ଟି ଲୁକ୍ ପର୍ଯ୍ୟନ୍ତ ସବୁଥିରେ ପ୍ରିୟଙ୍କା ଜବରଦସ୍ତ ନଜର ଆସିଥିଲେ । ଏବେ ପ୍ରିୟଙ୍କାଙ୍କର ଆଉ ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବହୁତ ବୋଲ୍ଡ ଲାଗୁଛନ୍ତି ।

priyankaନିଜର ଏହି ଲୁକ୍ ପାଇଁ ପ୍ରିୟଙ୍କା ଟମି ହିଲଫିଗର୍ ବ୍ରାଣ୍ଡର ଏକ ଷ୍ଟନିଙ୍ଗ ରେଡ୍ ସିମରୀ ଗାଉନ୍ ପିନ୍ଧିଥିଲେ । ପ୍ରିୟଙ୍କାଙ୍କ ଏହି ଗାଉନର ଫିଟିଙ୍ଗ ଉପରୁ ଢିଲା ଏବଂ ତଳ ପଟୁ ଫିଟିଙ୍ଗ୍ ରହିଥିଲା । ଏହି ଗାଉନର ପଛଭାଗ ସବୁଠାରୁ ବେଷ୍ଟ ପାର୍ଟ ଥିଲା । ଯାହା ସମସ୍ତଙ୍କ ଧ୍ୟାନର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

nik priyankaପ୍ରିୟଙ୍କାଙ୍କ ଏହି ଗାଉନର ପଛ ପାଖ ବହୁତ ଡିପ୍ ଥିଲା । ଯାହା ତାଙ୍କ ଲୁକ୍ କୁ ବୋଲ୍ଡ କରିଥିଲା । ଏହି ଲୁକ୍ କୁ ଆହୁରି ଭଲ କରିବା ପାଇଁ ପ୍ରିୟଙ୍କା ଗୋଲ୍ଡେନ୍ କଲରର ଇୟର ରିଙ୍ଗ୍ ଏବଂ ହେୟାର ଷ୍ଟାଇଲରେ ପେନିଟେଲ୍ କରିଥିଲେ । ମେକଅପ୍ ରେ ପ୍ରିୟଙ୍କା ବ୍ରାଉନ୍ କଲରର ଲିପଷ୍ଟିକ୍ ଲଗାଇଥିଲେ ।

ଏହାସହ ପଢନ୍ତୁ : ଗର୍ଭବତୀ ହେବା ପରେ ନିଜ ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

ଏହି ଲୁକ୍ ନେଇଥିବା ଏକ ଫଟୋରେ ପ୍ରିୟଙ୍କାଙ୍କ ସହିତ ନିକ୍ ମଧ୍ୟ ନଜର ଆସିଥିଲେ । ନିକ୍ ଗୋଲ୍ଡେନ୍ ବ୍ଳେଜର ସହିତ ସର୍ଟ ଏବଂ ଟ୍ରାଉଜର୍ ପିନ୍ଧିଥିଲେ । ଫଟୋରେ ପ୍ରିୟଙ୍କା ଏବଂ ନିକଙ୍କ କେମେଷ୍ଟ୍ରି ଦେଖିବାର ଥିଲା । ଗୋଟେ ଫଟୋରେ ନିକଙ୍କ ହାତ ପ୍ରିୟଙ୍କାଙ୍କ ପଛ ପାଖରେ ଥିଲା । ଯାହା ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି।

nikବହୁ ଲୋକ ପ୍ରିୟଙ୍କା ଏବଂ ନିକ୍ ଙ୍କ ଏହି ପୋଜ୍ ର ପ୍ରଶଂସା କରୁଥିବାବେଳେ ଆଉ କିଛି ତାଙ୍କୁ ଏକ ଆଇଡଲ କପଲ କହୁଛନ୍ତି । ସେଠାରେ ଆଉ କିଛି ୟୁଜର୍ସ ଏଥିପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ଏହା କାନ୍ ଫେଷ୍ଟିଭାଲ ଭାଲେଣ୍ଟାଇନ୍ ନୁହେଁ । ସେଠାରେ ଆଉ ଏକ ୟୁଜର୍ସ ଲେଖିଛନ୍ତି କି- ଏହା Cannes ଟିକେ କଣ୍ଟ୍ରୋଲ କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.