ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ : ଦିନ ୨ଟା ପରଠୁ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଦିନ ଗୋଟାଏରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡ ୱେବସାଇଟରୁ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଓ www.bseodisha.nic.inରେ ଲଗଇନ୍‌ କରି ଦିନ ୨ଟା ପରେ ପରୀକ୍ଷାଫଳ ଦେଖିପାରିବେ । ସେହିପରି ଏସଏମଏସ ଜରିଆରେ ବି ଜାଣିହେବ ରେଜଲ୍ଟ । ଏଥିପାଇଁ ମୋବାଇଲ୍‌ ନମ୍ବରରେ OR10 ଲେଖି ଗୋଟିଏ ସ୍ପେସ୍‌ ଦେବା ପରେ ରୋଲ୍‌ ନମ୍ବର ଲେଖି 5676750 ନମ୍ବରକୁ ପଠାଇ ପରୀକ୍ଷାଫଳ ବି ଜାଣିହେବ ।

ଦୁଇ ବର୍ଷ ପରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ଚଳିତବର୍ଷ ୫ ଲକ୍ଷ ୭୧ ହଜାର ୯୦୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖରୁ ମେ ୭ ତାରିଖ ଯାଏ ଚାଲିଥିଲା ଏକଜାମ୍‌ । ମେ ୨୧ରୁ ୩୧ତାରିଖ ଯାଏ ମୂଲ୍ୟାୟନ ଚାଲିଥିଲା । ରେଜଲ୍ଟକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.