Below header

ଚଳିତ ବର୍ଷ ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ବୋର୍ଡର ବିସ୍ତୃତ ସୂଚନା

କଟକ(କେନ୍ୟୁଜ୍):ଆସନ୍ତା ଏପ୍ରିଲ୍‌ ୨୯ରୁ ମେ’ ୭ ତାରିଖ ଯାଏଁ ଚାଲିବ ଉଚ୍ଚ ମାଧ୍ୟମିକ ପରିଷଦ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା। ଚଳିତ ବର୍ଷ ନୂଆ ଢାଞ୍ଚାରେ ମାଟ୍ରିକ୍‌ ପରୀକ୍ଷା ହେବ । ସକାଳ ୮ଟାରୁ ଆରମ୍ଭ ହେବ ଏକଜାମ । ପ୍ରତି ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ସମୟସୀମା ରହିବ । ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ । ୮୦ ନମ୍ବରରେ ହେବ ପରୀକ୍ଷା । ସେଭିତରୁ ୫୦ ମାର୍କ ମଲଟିପୁଲ ଚୟସ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ । ଛାତ୍ରଛାତ୍ରୀମାନେ ଓଏମଆର ସିଟ୍‌ରେ ମଲଟିପୁଲ ଚୟସ ପ୍ରଶ୍ନର ଉତ୍ତର ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୨ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ୩ଟି ପଦ୍ଧତିରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ କରାଯିବ । ପ୍ରଥମ ପଦ୍ଧତିରେ ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କକୁ ୨ଗୁଣ କରାଯିବ । ଦ୍ୱିତୀୟ ପଦ୍ଧତିରେ ସମ୍ମେଟିଭ୍‌-୨ର ମାର୍କକୁ ୨ ଗୁଣ କରି ହିସାବ କରାଯିବ । ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟକୁ ୨୦%, ସମ୍ମେଟିଭ୍‌-୧କୁ ୩୦ ପ୍ରତିଶତ ଓ ସମ୍ମେଟିଭ ଆସେସମେଣ୍ଟ-୨କୁ ୫୦ପ୍ରତିଶତ ୱେଟେଜ ଦିଆଯିବ । ଯେଉଁ ଆସେସମେଣ୍ଟରେ ଅଧିକ ମାର୍କ ଥିବ ତାହା ହିଁ ଚୂଡ଼ାନ୍ତ । ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ନବମ ଶ୍ରେଣୀ ପରୀକ୍ଷା ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯିବ । ଏପ୍ରିଲ ୧୩ରୁ ୨୧ ଯାଏ ଚାଲିବ ନବମ ଶ୍ରେଣୀର ସମ୍ମେଟିଭ ୨ ପରୀକ୍ଷା ।..

ଚଳିତ ବର୍ଷର ମାଟ୍ରିକ ସହ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଯେଉଁ ସ୍କୁଲରେ ପରୀକ୍ଷା ହୋଇପାରିବ ନାହିଁ ସେଠାକାର ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟରେ ପରୀକ୍ଷା ଦେବେ । ଏଥର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.