Below header

ଲମ୍ବା ଲାଇନରେ ଛିଡା ହୋଇ ହଇରାଣ ହେବାର ଆବଶ୍ୟକତା ନାହିଁ, ଏପରି ସହଜରେ ପାଆନ୍ତୁ ଟ୍ରେନ୍‌ ଟିକେଟ୍‌

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଟିକେଟ ପାଇଁ ଆଉ ଆପଣଙ୍କର ରହିବନି ଚିନ୍ତା। ଆଇଆରସିଟିସି ଏବଂ ପେଟିଏମ ଭିତରେ ବଢ଼ିଆ ପାର୍ଟନରସିପ୍‌ ହୋଇଛି। ଏବେ ରେଳ ଯାତ୍ରୀ ଜେନେରାଲ ଟିକେଟ, ପ୍ଲାଟଫର୍ମ ଟିକେଟ ନେଇପାରିବା ସହ ମନ୍ଥଲୀ ସ୍ମାର୍ଟ ପାସକୁ ମଧ୍ୟ ଡିଜିଟାଲ ଟ୍ରାନଜାକସନ କରି ରିଚାର୍ଜ କରିପାରିବେ। ଏହି ସୁବିଧା ଦେଶର ସମସ୍ତ ରେଳ ଷ୍ଟେସନରେ ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନରେ ଉପଲବ୍ଧ ରହିଛି। ଏହା ଜରିଆରେ ଯାତ୍ରୀ କ୍ୟାସଲେସ୍‌ କରି ଟିକେଟ ପାଇପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦେଶର ଅନେକ ବଡ ବଡ ରେଳ ଷ୍ଟେସନରେ ଅଟୋମେଟିକ ଟିକେଟ ମେସିନ ଇନଷ୍ଟଲ କରାଯାଇଛି। ଆପଣ ଏଟିଭିଏମ ଜରିଆରେ ଟିକେଟ କରିପାରିବେ। ଆପଣଙ୍କୁ ଆଉ ଟିକେଟ ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ବି ପଡିବନି କି ଟିକେଟ କିଣୁ କିଣୁ ଟ୍ରେନ୍‌ ଛାଡିବାର ଚିନ୍ତା ବି ରହିବନି। ବେଳେବେଳେ ଏମିତି ହୋଇଥାଏ ଯେ ଜେନେରାଲ ଟିକେଟ ପାଇଁ ଯାତ୍ରୀ ଟିକେଟ କାଉଣ୍ଟରରେ ଲାଇନରେ ଛିଡା ହୋଇଥାନ୍ତି ଏପଟେ ଟ୍ରେନ୍‌ ପଳାଇଥାଏ। ତେଣୁ ଆପଣଙ୍କ ପାଇଁ ଏହା ବହୁତ ଭଲ ଖବର ହେବ। ଆପଣ ହୁଏତ ପୂର୍ବରୁ ଏହା ଜାଣିଥିବେ କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ବଢ଼ିଆ ମେସିନ ବିଷୟରେ ଜାଣି ହିଁ ନାହାଁନ୍ତି।

atmପ୍ରଥମେ ଆସନ୍ତୁ ଜାଣିବା କଣ ଏହି ଏଟିଭିଏମ?

ଅଟୋମେଟିକ ଟିକେଟ ଭେଣ୍ଡିଙ୍ଗ ମେସିନ ଟଚ୍‌ ସ୍କ୍ରୀନ ଆଧାରିତ ଟିକେଟ କିୟୋସ୍କ ହୋଇଥାଏ। ଯାହା ଜରିଆରେ ଯାତ୍ରୀ ନିଜେ ନିଜେ ହିଁ ଟିକେଟ ନେଇପାରିବେ। ଟଙ୍କା ଦେବା ପାଇଁ ଏଟିଭିଏମରେ କ୍ୟୁଆର କୋଡ ବି ରହିଛି। ଯାହା ଜରିଆରେ ଡିଜିଟାଲ ପେମେଣ୍ଟ ମଧ୍ୟ କରିହେବ। ଏଟିଭିଏମରେ ଯାତ୍ରୀ ଅନରିଜର୍ଭ ଟ୍ରେନ ଟିକେଟ, ପ୍ଲାଟଫର୍ମ ଟିକେଟ ଏବଂ ମନ୍ଥଲୀ ସ୍ମାର୍ଟ କାର୍ଡ ରିଚାର୍ଜ ଭଳି ସୁବିଧାର ଲାଭ ଉଠାଇପାରିବେ।

ଡିଜିଟାଲ ଟ୍ରାନଜାକସନ୍ପାଇଁ ପେଟିଏମ ଦେବାର ବିକଳ୍ପ

ଏଟିଭିଏମ ଜରିଆରେ ଟିକେଟ ପାଇବା ପାଇଁ ପେଟିଏମ ପେମେଣ୍ଟ ପାଇଁ ଅନେକ ଗୁଡିଏ ଅପ୍ସନ ରହିଛି। ଯେଉଁଥିରେ ଆପଣ ପେଟିଏମ୍‌ ୟୁପିଆଇ, ପେଟିଏମ ଓ୍ଵାଲେଟ, ପେଟିଏମ ପୋଷ୍ଟପେଡ ନେଟ ବ୍ୟାକିଙ୍ଗ, କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡରେ ପେମେଣ୍ଟ କରିପାରିବେ।

କେତେ ଆସନ୍ତୁ ଜାଣିବା କେମିତି କରିବେ ଏଟିଭିଏମ ଡିଜିଟାଲ ଟ୍ରାନଜାକସନ୍‌

  • ନିକଟସ୍ଥ ରେଳ ଷ୍ଟେସନକୁ ଯାଇ ଏଟିଭିଏମ ମେସିନ୍‌ ପାଖରେ ପହଁଚନ୍ତୁ।
  • ଏହାପରେ ପେଟିଏମ ପେମେଣ୍ଟ ଅପ୍ସନକୁ ଚୟନ କରନ୍ତୁ।
  • ନିଜ ସ୍ମାର୍ଟଫୋନରେ କ୍ୟୁଆର କୋଡ ସ୍କାନ କରନ୍ତୁ ଏବଂ ପେମେଣ୍ଟ ପ୍ରକ୍ରୀୟାକୁ ପୂରା କରନ୍ତୁ।
  • ଏହାପରେ ଏଟିଭିଏମ ରୁ ଟିକେଟ କିମ୍ବା ସ୍ମାର୍ଟକାର୍ଡ ରିଚାର୍ଜ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.