Below header

ମୁହଁରେ ପିଗମେଣ୍ଟେସନ ସମସ୍ୟା ଥିଲେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ମୁହଁରେ ବିଭିନ୍ନ ପ୍ରକାର ଦାଗ ହେଉଥିବା ସମସ୍ୟା ପ୍ରାୟ ସମସ୍ତଙ୍କର ଥାଏ । ଏମିତି ହେବା ଦ୍ୱାରା ଚେହେରା ତ ସଫା ତଥା ଧଳା ଦେଖାଯାଏ କିନ୍ତୁ ଓଠର ଆଖପାଖ ଅଂଚଳର ତ୍ୱଚା କଳା ପଡ଼ିଯାଏ । ଆଉ ଏମିତି ଲାଗେ ଯେମିତି ଓଠର ଚାରିପଟରେ ଗୁଡ଼ାଏ ମଳି ଜମିଛି । ଏହା ପଛରେ ବି ଅନେକ କାରଣ ରହିଛି । ଯେମିତିକି ଖରାରେ ଅଧିକ ସମୟ ରହିବା, ଅଧିକ ଥଣ୍ଡା ଅଂଚଳରେ ରହିବା, କେମିକାଲ ଯୁକ୍ତ ପ୍ରଡକ୍ଟ କିମ୍ବା ଲିପବାମ କିମ୍ବା ଲିପିସ୍ଟିକ ବ୍ୟବହାର କରିବା । କିମ୍ବା ଅଧିକ ଦିନ ଧରି କୌଣସି ମେଡ଼ିସିନ ଖାଇଲେ ମଧ୍ୟ ଓଠ କଳା ପଡିବା ଭଳି ସମସ୍ୟା ଉପୁଜିଥାଏ । ଏହି କାରଣରୁ ଅନେକ ଲୋକ ଚିନ୍ତାରେ ପଡିଯାନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ବିଭିନ୍ନ ଘରୋଇ ଉପାୟରେ ଏଥିରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା:

ଘି କୁଂଆରୀ:

ଏଥିରେ ଥିବା ବିଭିନ୍ନ ତତ୍ତ୍ୱ ଚେହେରାରୁ ଦାଗ ବ୍ରଣ ଆଦି ହଟାଉଥିବା କ୍ରିମରେ କରାଯାଇଥାଏ । ଯଦି ଆପଣଙ୍କର ହାଇପିଗମେଣ୍ଟେସନ ସମସ୍ୟା ଥାଏ ତେବେ ଲାଲ ରଙ୍ଗର ପିଆଜକୁ ଶୁଖାଇ ତାହାର ପାଉଡରକୁ ମୁହଁର ଆଖପାଖ ଅଂଚଳରେ ଲଗାଇ ପାରିବେ । ୫ ମିନିଟ ପରେ ଧୋଇଦେବେ ।

ବେସନ:

ସ୍କିଂନ ପିଗମେଣ୍ଟେସନକୁ ହଟାଇବାରେ ବେସନ ବି ଖୁବ ଲାଭଦାୟୀ । ଅଧା ଚାମଚ ବେସନରେ ଗୋଟେ ଚୁଟକୀ ହଳଦୀ ଓ କିଛି ବୁନ୍ଦା କ୍ଷୀର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମୁହଁର ଆଖପାଖ ଅଂଚଳରେ ଲଗାଇ ଦିଅନ୍ତୁ ।

ଅମୃତ ଭଣ୍ଡା:

ଏହା କେବଳ ପିଗମେଣ୍ଟେସନ ନୁହେଁ ବ୍ଲେମିସେସକୁ ଦୂର କରିଥାଏ । କିଛି ଖଣ୍ଡ ଅମୃତଭଣ୍ଡା ନେଇ ସେଥିରେ କିଛି ବୁନ୍ଦା ଗୋଲାପଜଳ ଦେଇ ଦିଅନ୍ତୁ । ଏହାକୁ ପେଷ୍ଟ କରି ମୁହଁର ଆଖପାଖ ଅଂଚଳରେ ଲଗାଇ ଦିଅନ୍ତୁ । ୧୦ ମିନିଟ ରଖି ଧୋଇ ଦିଅନ୍ତୁ ।

କ୍ଷୀର:

ତୁଳାକୁ କ୍ଷୀରରେ ବୁଡାଇ ମୁହଁର ଚାରି ପାଖରେ ଲଗାଇ ନିଅନ୍ତୁ । ଦିନକୁ ଦୁଇ ଥର ୫ ମିନିଟ ପାଇଁ ଲଗାନ୍ତୁ । ଯାହାକି ଦାଗ ବ୍ରଣ ଆଦିକୁ ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.