ବଦଳିଲା ଅଲ୍‌ଲୁ ଅର୍ଜୁନ୍‌ଙ୍କ ‘ପୁଷ୍ପା ୨’ର କାହାଣୀ, ଏବେ ଏମିତି ପ୍ଲାନିଂ କରୁଛନ୍ତି ନିର୍ଦ୍ଦେଶକ

ତେଲୁଗୁ ସୁପରଷ୍ଟାର ଅଲ୍‌ଲୁ ଅର୍ଜୁନ୍‌ଙ୍କ ହିଟ୍‌ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ଏବେ ସବୁଠି ଚର୍ଚ୍ଚାରେ। କେବଳ ତେଲୁଗୁ ବକ୍ସ ଅଫିସ୍‌ ନୁହେଁ, ଏହି ଫିଲ୍ମ ହିନ୍ଦୀ ବକ୍ସ ଅଫିସରେ ବି ୧୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଫ୍ୟାନ୍‌ମାନେ ଏବେ ଏହି ଫିଲ୍ମର ସିକ୍ୱେଲ ‘ପୁଷ୍ପା: ଦ ରୁଲ୍‌’କୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଅନ୍ୟପଟେ ଫିଲ୍ମ ନିର୍ମାତା ମଧ୍ୟ ପୁଷ୍ପାର ସିକ୍ୱେଲ ଉପରେ କାମ ଆରମ୍ଭ କରିସାରିଲେଣି। ଖବର ଆସୁଛି ଯେ ଏଥରକ ସ୍କ୍ରିପ୍ଟରେ କେତେକ ପରିବର୍ତ୍ତନ କରାଯାଉଛି। କୁହାଯାଉଛି ଯେ ଉତ୍ତର ଭାରତୀୟ ଦର୍ଶକଙ୍କୁ ପ୍ରଭାବିତ କରିବା ପାଇଁ ଫିଲ୍ମରେ ଏହି ପରିବର୍ତ୍ତନ କରାଯାଉଛି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ହିଁ ଏହି ପରିବର୍ତ୍ତନ କରିବାକୁ କହିଥିଲେ। ପୂର୍ବରୁ ସୁକୁମାର ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ତିଆରି କରିବାକୁ ଚାହୁଁ ନ ଥିଲେ। କିନ୍ତୁ ପ୍ରଥମ ପାର୍ଟର ସଫଳତା ପରେ ସେ ଏହାର ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଥିଲେ।


ପୁଷ୍ପା ଏକ ରିଜିଓନାଲ ଫିଲ୍ମ। କାହାଣୀ ଶୁଣି ନିର୍ମାତା ବି ଭାବି ନଥିଲେ ଯେ ଫିଲ୍ମଟି ଏତେ ଲୋକପ୍ରିୟ ହେବ। କୁହାଯାଉଛି ଯେ ସ୍କ୍ରିପ୍ଟରେ କିଛିଟା ବଦଳାଇବା ପରେ ଏହା ତେଲୁଗୁ ସମେତ ଅନ୍ୟ ଭାଷାର ଲୋକଙ୍କୁ ବି ପସନ୍ଦ ଆସିବ। ଫିଲ୍ମର ଆଗାମୀ ପାର୍ଟରେ ପୁଷ୍ପରାଜ୍‌ କେମିତି ଚନ୍ଦନ କାଠର ସ୍ମଗ୍‌ଲିଂ ସିଣ୍ଡିକେଟ୍‌ରେ ରାଜ୍‌ କରିବେ ତାହା ଦେଖିବାକୁ ମିଳିବ। ସିକ୍ୱେଲରେ ମଧ୍ୟ ପୁଷ୍ପାଙ୍କ ପ୍ରେମିକା ଶ୍ରୀବଲ୍ଲୀ ଭୂମିକାରେ ରଶ୍ମିକା ମନ୍ଦାନା ଓ ଭିଲେନ୍‌ ଭୂମିକାରେ ଫହଦ ଫୈଜଲ ନଜର ଆସିବେ। ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ବୋଲି ନିର୍ମାତା ସୂଚନା ଦେଇଛନ୍ତି।

Also Read: ବନ୍ଧୁକ ଧରି ଧମକାଉ ଥିବା ରୁଷ୍‌ ସେନାଙ୍କ ସହ ଝଗଡ଼ା କରି ଘରୁ ତଡ଼ି ଦେଲେ ବୃଦ୍ଧ ଦମ୍ପତି, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.