ବନ୍ଧୁକ ଧରି ଧମକାଉ ଥିବା ରୁଷ୍ ସେନାଙ୍କ ସହ ଝଗଡ଼ା କରି ଘରୁ ତଡ଼ି ଦେଲେ ବୃଦ୍ଧ ଦମ୍ପତି, ଦେଖନ୍ତୁ ଭିଡିଓ

ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧକୁ ଇତି ମଧ୍ୟରେ ୧୯ ଦିନ ହେଲାଣି। ରୁଷ୍ ସେନା ଲଗାତାର ୟୁକ୍ରେନ୍ର ଭିନ୍ନ ଭିନ୍ନ ସହରରେ ସଂହାର ଲୀଳା ଜାରି ରଖିଛି। ଲକ୍ଷ ଲକ୍ଷ ଲୋକ ଘର ଦ୍ୱାର ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି। ରହିଥିବା ଲୋକଙ୍କ ଉପରେ ରୁଷ୍ ସେନ୍ୟବାହିନୀ ଆକ୍ରମଣ କରୁଛି। ଫଳରେ ଲୋକମାନେ ପ୍ରାଣ ହରାଉଥିବା ଚିତ୍ର ବି ସାମ୍ନାକୁ ଆସୁଛି। ଏସବୁ ମଧ୍ୟରେ ୟୁକ୍ରେନ୍ର ସେନା ଓ ସାଧାରଣ ଲୋକ ମଧ୍ୟ ଶତ୍ରୁଙ୍କର ସାମ୍ନା କରୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏବେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ବୃଦ୍ଧ ଦମ୍ପତି ରୁଷର ସେନାଙ୍କୁ ବିରୋଧ କରି ତାଙ୍କୁ ଘରୁ ବାହାର କରୁଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
Сьогодні ми вітаємо цю літню пару, яка протистояла трьом російським солдатам. #UkrainianHeroes pic.twitter.com/DV7RWO3fe0
— U.S. Embassy Kyiv (@USEmbassyKyiv) March 11, 2022
ଏହି ଭାଇରାଲ ଭିଡିଓକୁ କିଭ୍ସ୍ଥିତ ଆମେରିକା ଦୂତାବାସର ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍ କରାଯାଇଛି। ଭିଡିଓଟି ଏକ ସିସିଟିଭି ଫୁଟେଜ୍ର। ଏଥିରେ ଆପଣ ଦେଖିପାରୁଥିବେ ଅସ୍ତ୍ର ଶସ୍ତ୍ର ଧରି କିଛି ରୁଷ୍ ସୈନିକ ଏକ ଘରେ ପଶୁଛନ୍ତି। ତାଙ୍କ ସ୍ୱର ଶୁଣି ଭିତରୁ ଏକ ବୃଦ୍ଧ ଦମ୍ପତି ବାହାରକୁ ଆସୁଛନ୍ତି। ସେମାନେ ସୈନିକଙ୍କୁ କିଛି କହୁଛନ୍ତି। ଏହା ପରେ ଜଣେ ସୈନିକ କିଛି କହି ତାଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ସେ ବୃଦ୍ଧ ଦମ୍ପତିଙ୍କୁ ଡରାଇବା ପାଇଁ ଫାଙ୍କା ଗୁଳିଚାଳନା ବି କରୁଛନ୍ତି। କିନ୍ତୁ ବୃଦ୍ଧ ଦମ୍ପତିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁ ନାହିଁ।
ଫାୟାରିଂ ପରେ ବି ବୃଦ୍ଧ ଦମ୍ପତି ନ ଡରି ରୁଷ୍ ସେନାଙ୍କ ସହ ଝଗଡ଼ା କରୁଛନ୍ତି। କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଛି। ଶେଷରେ ରୁଷ୍ ସେନାଙ୍କୁ ବାଧ୍ୟ ହୋଇ ଘର ଛାଡ଼ି ଯିବାକୁ ପଡ଼ିଛି। ଲୋକମାନେ ବୃଦ୍ଧ ଦମ୍ପତିଙ୍କ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି। ତାଙ୍କ ସାହସିକତା ସୋସିଆଲ ମିଡିଆରେ ଲୋକଙ୍କ ମନକୁ ଛୁଇଁଯାଇଛି। ଭିଡିଓକୁ ଇତି ମଧ୍ୟରେ ୨ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।
Also Read: ‘ଦ କଶ୍ମୀର ଫାଇଲ୍ସ’ ଦେଖିବାକୁ ପୋଲିସ କର୍ମୀଙ୍କୁ ମିଳିବ ଛୁଟି, ଏହି ରାଜ୍ୟ ସରକାର କଲେ ଘୋଷଣା