ବାନ୍ତି ରୋକିବାକୁ ଚାହୁଁଛନ୍ତି…? ତ ଆପଣାନ୍ତୁ ଏହି ୫ ଘରୋଇ ଉପାୟ; ତୁରନ୍ତ ପକାଇବ ପ୍ରଭାବ

ଆଜିକାଲି ଲୋକଙ୍କ ପାଖରେ ଖାଦ୍ୟପେୟର ଏତେ ଭେରାଇଟି ତଥା ଅପ୍‌ଶନ ରହୁଛି ଯେ କେତେବେଳେ କେଉଁ ଜିନିଷ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ, ତାହା ସହଜରେ ଜଣାପଡ଼ି ନ ଥାଏ। ଅନେକ ବାର ଷ୍ଟ୍ରୀଟ୍‌ ଫୁଡ୍‌ ଖାଇବା ବେଳେ ଅଜାଣତରେ ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଦେଉ, ଯାହାକି ପରବର୍ତ୍ତୀ ସମୟରେ ପେଟ ପାଇଁ ନାନା ସମସ୍ୟା ଆଣି ଦେଇଥାଏ। ଯେମିତି କି, ପେଟ ଟାଣିବା, ପେଟରେ ଗ୍ୟାସ୍‌ ହେବା, ଏସିଡିଟି, ବାନ୍ତି ଲାଗିବା ଭଳି ସମସ୍ୟା ଉପୁଜିଥାଏ। ଯେତେବେଳେ ଶରୀର ଭିତରକୁ କିଛି ଖରାପ ତଥା ସଂକ୍ରମିତ ଖାଦ୍ୟ ଯାଏ, ତ ଶରୀର ସେହି ସବୁ ଜିନିଷକୁ ବାନ୍ତି ରୂପେ ବାହାର କରିଦିଏ।

ବାନ୍ତି ରୋକିବାର ଘରୋଇ ଉପାୟ

-ଆପଣ ମୁହଁରେ କିଛି ଲବଙ୍ଗ ରଖି ଏହାର ରସ ଶୋଷନ୍ତୁ। ଲବଙ୍ଗର ସ୍ୱାଦ ଏବଂ ସୁଗନ୍ଧ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ। ବାନ୍ତି ରୋକିବା ପାଇଁ ଗରମ ପାଣିରେ ଲବଙ୍ଗ ପକାଇ ଏହାକୁ ଚା’ ଭଳି ପିଆଯାଇ ପାରିବ।

-ପାଣିରେ ଅଦା ଛେଚି ପକାନ୍ତୁ ଏବଂ ସେଥିରେ ୧ ଚାମଚ ମହୁ ପକାଇ ପିଅନ୍ତୁ। ଏହାକୁ ଦିନରେ ଅନେକ ବାର ପିଇବା ଦ୍ୱାରା ବାନ୍ତି ଅଟକିବା ସହିତ ପେଟକୁ ମଧ୍ୟ ଆରାମ ମିଳିଥାଏ।

-ଲେମ୍ବୁରେ ଥିବା ଭିଟାମିନ ଏବଂ ଖଣିଜ ବାନ୍ତିକୁ ତୁରନ୍ତ ରୋକିଥାଏ। ତାଜା ଲେମ୍ବୁ ଶୀତଳତା ପ୍ରଦାନ କରିଥାଏ।

-ଆପଣ ପାନମଧୁରୀ ଚୋବାଇ ବାନ୍ତିକୁ ରୋକି ପାରିବେ। ପାଣିରେ ପାନମଧୁରୀ ପକାଇ ଏହାକୁ ଚା’ ଭଳି ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ। ୧୦ ମିନିଟ୍‌ ଧରି ପାଣିକୁ ସିଝାଇବା ପରେ ଏହାକୁ ଛାଣି ପିଅନ୍ତୁ।

-ଲୁଣ ଏବଂ ଚିନି ପାଣି ପିଇବା ଦ୍ୱାରା ମଧ୍ୟ ଉପଶମ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.