Below header

କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପ୍ରଥମ କିନ୍ନର ଭାବେ ଚାକିରିରେ ଯୋଗ ଦେଲେ ମାୟା କିନ୍ନର

କୁଚିଣ୍ଡା: ସରକାରୀ ଚାକିରିରେ କିନ୍ନର ମାନଙ୍କ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ କିନ୍ନର ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦାବି ରହିଥିଲା । ଓଡ଼ିଶା ସରକାର କିନ୍ନର ମାନଙ୍କ ଏହି ଦାବି ପୂରଣ କରି ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ କିନ୍ନରମାନଙ୍କୁ ନିଯୁକ୍ତି ଦେଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିରେ ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳର ଗିରିଧାରୀ କିସାନ ଓରଫ ମାୟା କିନ୍ନର ଜାତୀୟ ସହରାଞ୍ଚଳ ଜୀବିକା ମିଶନ ବିଭାଗରେ ଅଫିସ ସହାୟକ ଭାବରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ପ୍ରଥମେ ଏଣେତେଣେ ବୁଲି ସେ କାମ କରୁଥିଲେ। ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ଏବେ ମାୟା ଏନଏସିରେ ଚାକିରୀ ପାଇଥିବାରୁ ବହୁତ ଖୁସି ଅଛନ୍ତି । ସେଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ବହୁ ଦିନରୁ କିନ୍ନର ମାନଙ୍କର ଏହି ଦାବି ରହିଥିଲା । ଏହି ନିଯୁକ୍ତିରେ ସାମିଲ ହୋଇଥିବାରୁ ରାଜ୍ୟ ସଭାପତି ମୀରା ପରିଡା, କଳାହାଣ୍ଡିର କାମିନୀ, ଅନୁଗୁଳର ଦିବେଶ ତଥା ମାୟାଙ୍କ କିନ୍ନର ଗୁରୁ ଲିଟୁଙ୍କ ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାୟା କିନ୍ନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.