Below header

ତେଜରାତି ଦୋକାନରେ ଚାଲିଲା ଦୁଇ ମୂଷାଙ୍କ ମଧ୍ୟରେ ଖତରନାକ ଫାଇଟ୍‌, ଏକଦମ୍‌ WWE ଷ୍ଟାଇଲରେ କେମିତି ମାଡ ହେଉଛି ଦେଖନ୍ତୁ

ଭାରତରେ ଡବ୍ଲ୍ୟୁଡବ୍ଲ୍ୟୁଇକୁ ବହୁତ ପସନ୍ଦ କରନ୍ତି ଲୋକେ। ସାଧାରଣତଃ ପିଳାବେଳରେ ବି ଭାଇ ଭଉଣୀ ଏବଂ ସାଙ୍ଗସାଥିଙ୍କ ମଧ୍ୟରେ କୁସ୍ତି ଲାଗିଥାଏ। କିନ୍ତୁ ଏହି ଘଟଣା ଟିକେ ଅଲଗା। ଏଥର ମଣିଷ ନୁହେଁ ଦୁଇ ମୂଷା କରୁଛନ୍ତି ଡବ୍ଲ୍ୟୁଡବ୍ଲ୍ୟୁଇ ଅନ୍ଦାଜରେ ଫାଇଟ। ଏମାନଙ୍କ ମଧ୍ୟରେ ଏପରି ଭାବେ ଘମାଘୋଟ ଲଢ଼େଇ କରୁଛନ୍ତି ଯେ ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଭିଡିଓରେ ଦୁଇ ମୂଷାଙ୍କ କୁସ୍ତି ଦେଖିଲେ ଆପଣ ବି ହସି ହସି ଗଡିଯିବେ। ଏକ ତେଜରାତି ଦୋକାନରେ ଦୁଇ ମୂଷାଙ୍କର ଏହି ଘମାଘୋଟ ଲଢ଼େଇକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକେ। ଦୁଇଟି ମୂଷା ଏମିତି ଭାବରେ କୁସ୍ତି କରୁଛନ୍ତି ଯେ କେତେବେଳେ ଲାତ ତ ଆଉ କେତେବେଳେ ଡେଇଁ ଡେଇଁ ମାଡ ମାରୁଛନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ତେଜରାତି ଦୋକାନର ଉପର ସେଲ୍ଫରେ ଦୁଇ ମୂଷା ଲଢ଼େଇ କରୁଛନ୍ତି। ମୂଷା ଦୁଇ ଜଣଙ୍କ କୁସ୍ତି କରିବା ଷ୍ଟାଇଲ୍‌ ଦେଖିଲେ ଆପଣ ନିଶ୍ଚୟ ଭାବରେ ଆପଣଙ୍କ ହସକୁ କଣ୍ଟ୍ରୋଲ କରିରହିପାରିବେନି। ତେବେ ଏହି ଭିଡିଓକୁ ଆଇଏଏସ ଅଫିସର ଅବନିଷ୍‌ ଶରନ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.