ଆସିଲା ହ୍ଯୁଣ୍ଡାଇର ନୂଆ i20, ଡିସେମ୍ବର ପର୍ଯ୍ଯନ୍ତ ଶସ୍ତାରେ କିଣିବାର ସୁବର୍ଣ୍ଣ ସୁଯୋଗ

ଫେଷ୍ଟିଭ ସିଜିନରେ ହ୍ଯୁଣ୍ଡାଇ ମୋଟର ଇଣ୍ଡିଆ ନିଜର ଲୋକପ୍ରିୟ ହ୍ଯାଚବ୍ଯାକ କାର i20 ର ନୂଆ ଏଡିସନକୁ ଲଞ୍ଚ କରିଛି। ଯାହା ମାର୍କେଟରେ Baleno, Altroz ଏବଂ Glanza କୁ ଟକ୍କର ଦେବ।

ହ୍ଯୁଣ୍ଡାଇ ମୋଟର ନିଜର ଚତୁର୍ଥ ଜେନେରେସନ i20କୁ ପେଟ୍ରୋଲ ଏବଂ ଡିଜେଲ ଦୁଇଟି ବିକଳ୍ପରେ ଲଞ୍ଚ କରିଛି। ଏହାର ୧.୨ ଲିଟର ପେଟ୍ରୋଲ ମାନୁଆଲ ଏଡିସନର ମୂଲ୍ଯ ୬.୭୯ ଲକ୍ଷରୁ ୯.୧୯ ଲକ୍ଷ ଟଙ୍କା ରହିଛି। ସେହିପରି ଅଟୋମେଟିକ ମଡେଲର ମୂଲ୍ଯ ୮.୫୯ ଲକ୍ଷ ରୁ ଆରମ୍ଭ କରି ୯.୬୯ ଲକ୍ଷ ଟଙ୍କା ରହିଛି। ଡିଜେଲ ଇଂଜିନ ୧.୫ ଲିଟର କ୍ଷମତାର ମୂଲ୍ଯ ୮.୧୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦.୫୯ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ରହିଛି। ଯାହାକୁ ଆପଣ ଡିସେମ୍ବର ସୁଦ୍ଧା କିଣିପାରିବେ। ଡିସେମ୍ବର ପରେ ଏହାର ମୂଲ୍ଯ ବଢିବାର ସମ୍ଭାବନା ରହିଛି।

hyundai i20

ସେଫ୍ଟି ଫିଚର୍ସ : ସେଫ୍ଟି ପାଇଁ ଏଥିରେ ଅନେକ ଫିଚର୍ସ ଦିଆଯାଇଛି। ଏଥିରେ ୬ଟି ଏୟାରବ୍ଯାଗ, ଇବିଡି, ଇଲେକ୍ଟ୍ରୋନିକ ଷ୍ଟାବିଲିଟି କେଣ୍ଟ୍ରାଲ, ଭେଇକିଲ ଷ୍ଟେବିଲିଟି ମ୍ଯାନେଜମେଣ୍ଟ ଏବଂ ହିଲ ଷ୍ଟାଟ ଆସିଷ୍ଟ ଭଳି ଫିଚର୍ସ ରହିଛି। ଏହା ସହିତ କାରରେ ଆଣ୍ଡ୍ରଏଡ ଆଟୋ, ଆପଲ କାରପ୍ଲେ ଏବଂ ହ୍ଯୁଣ୍ଡାଇ ବ୍ଲୁଲିଙ୍କ କନେକ୍ଟ କାର ଫିଚର୍ସ ରହିଛି। କେବଳ ଏତିକି ନୁହେଁ, ୧୦.୨୫ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ଦିଆଯାଇଛି। ଯେଉଁଥିରେ ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୭ ସ୍ପିକର ସହିତ ବାସ୍ ସାଉଣ୍ଡ ସିଷ୍ଟମ, ସନରୁଫ, ୱେୟାରଲେସ ଫୋନ ଚାର୍ଜିଂ ଭଳି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.