ଲୋଭ ହେଲା କାଳ ! ଆଲ୍ଲାଦ୍ଦିନଙ୍କ ମ୍ୟାଜିକ ଲ୍ୟାମ୍ପ ପାଇବା ଆଶାରେ ୭୨ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଭାରତୀୟ ଡାକ୍ତର

ଆଲାଦ୍ଦିନଙ୍କ ମ୍ୟାଜିକ ଲ୍ୟାମ୍ପ ପାଇବା ଆଶାରେ ନଗଦ ୭୨ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଜଣେ ଭାରତୀୟ ଡାକ୍ତର । ଏହି ଡାକ୍ତର ଜଣଙ୍କ ହେଉଛନ୍ତି ଡଃ ଲିକ ଖାନ । ଆଲାଦ୍ଦିନଙ୍କ ପ୍ରକୃତ ଲ୍ୟାମ୍ପ ପାଇଲେ ତାଙ୍କ ଧନସମ୍ପତ୍ତି ନିମିଷକରେ ବୃଦ୍ଧି ପାଇବା ସହ ଘରର ସମସ୍ତ ସମସ୍ୟା ଦୂର ହେବ ବୋଲି ଠକ ଦଳ ମାନେ ଡାକ୍ତର ଜଣଙ୍କୁ ପ୍ରଥମେ ନିଜ କଥା ଜାଲରେ ଫସାଇଥିଲେ । ଏହା ସହ ସେ ନିଜେ ଆଲ୍ଲାଦିନଙ୍କ ଲ୍ୟାମ୍ପ ପାଇଥିବା ଓ ଏହାର ମହିମାକୁ ଅନୁଭବ କରିଥିବା ନେଇ ଦାବି କରିଥିଲେ । ବାରମ୍ବାର ଏମିତି ମିଛ ସତ କହି ଡାକ୍ତରଙ୍କ ମନରେ ଲୋଭ ସୃଷ୍ଟି କରି ତାଙ୍କୁ ଲ୍ୟାମ୍ପଟି ଦେଇ ବଦଳରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଏମିତିକି କୌଣସି ଉପାୟରେ ଡାକ୍ତରଙ୍କ ସାମ୍ନାରେ ଲ୍ୟାମ୍ପରୁ ଏକ ଜିନ୍ନ ବାହାରିଥିବା ନେଇ ଦେଖାଇଥିଲେ।

କିନ୍ତୁ ଘରଳୁ ଆସି ଦେଖନ୍ତି ତ ଲ୍ୟମ୍ପଟି କୌଣସି ମ୍ୟାଜିକ ଦେଖେଇନଥିଲା କି ତା ମଧ୍ୟରୁ କୌଣସି ଜିନ୍ନ ବି ବାହାରି ନଥିଲେ । ଏହା ପରେ ଡଃ ଖାନ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିପାରି ଉତ୍ତରପ୍ରଦେଶ ସ୍ଥିତ ଏକ ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରିବା ସହ ଏଫଆଇଆର ଦାୟର କରିଥିଲେ । ଏହା ସହ ପୋଲିସ ନିକଟରେ ବୟାନ ଦେଇଛନ୍ତିକି, ପ୍ରଥମେ ଏକ ଅଜଣା ଦଳ ତାଙ୍କ ନିକଟକୁ ଆସି ସେମାନେ ଜଣେ ବାବାଙ୍କୁ ଚିହିଁଛନ୍ତି ବୋଲି କହିଥିଲେ । ବାବାଙ୍କର ଅନେକ ମହିମା ଅଛି ବୋଲି ମଧ୍ୟ କହିଥିଲେ

ଆଉ ସେହି ବାବା ଜଣଙ୍କ ନିଜ ଯାଦୁକାରୀ ଶକ୍ତିରେ ସମସ୍ତ ଅସମ୍ଭବକୁ ସମ୍ଭବ କରିପାରନ୍ତି ବୋଲି ବାରମ୍ବାର କହି ଡାକ୍ତରଙ୍କୁ ଉସୁକାଇ ଥିଲେ । ସେମାନଙ୍କ କଥାରେ ପ୍ରଲୋଭିତ ହୋଇ ଡାକ୍ତର ଜଣଙ୍କ ଅନେକଥର ସେହି ବାବାଙ୍କ ନିକଟକୁ ଯାଇ ଦେଖା ମଧ୍ୟ କରିଥିଲେ । ଏପରି ଠକେଇ ଘଟଣା ପ୍ରଥମ ନୁହେଁ । ଏହି ସମାନ ଶୈଳୀରେ ଏହି ଠକ ଦଳ ଅନେକଙ୍କୁ ନିଜ ମାୟା ଜାଲରେ ଫସାଇ ଲୁଟିଛନ୍ତି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.