Below header

ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ମୟୁରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ

ରାଇରଙ୍ଗପୁର : ସାଂସଦ ଭାବରେ ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ମୟୁରଭଂଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ । ରାଇରଙ୍ଗପୁର ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ସାନ୍ତାଳୀ ଅଲଚିକିରେ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ପୂର୍ବରୁ ବାରିପଦାରେ ଓଡ଼ିଆ ଭାଷାରେ ରିପୋର୍ଟ କାର୍ଡ ପ୍ରଦାନ କରିଥିବା ବେଳେ ରାଇରଙ୍ଗପୁର ରେ ଅଲଚିକିରେ ଛପା ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିଛନ୍ତି।

ସାଂସଦ ବିଶେଶ୍ୱର ଟୁଡୁ ୨୦୧୯ ବର୍ଷର ରିପୋର୍ଟ କାର୍ଡ ରେ ବିଶେଷ କରି ନୂତନ ରେଳପଥ, ଜାତୀୟ ରାଜପଥରେ ଓଭର ବ୍ରିଜ ଓ ଅଣ୍ଡର ପାସ ,ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳରେ କ୍ଷୁଦ୍ର ଶିଳ୍ପାୟନ, ସ୍ପିନିଂ ମିଲ , ସ୍ପଞ୍ଜ ଆଇରନ,ସବାଇ ଘାସ ପ୍ରକଳ୍ପ ,ଡାଏରୀ ଫାର୍ମ ,ମାଛ ଚାଷ ପ୍ରକଳ୍ପ ଆଦି ସ୍ଥାପନ ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଥିବା ଉଲ୍ଲେଖ ରହିଛି ।

କରୋନା ମହାମାରୀ ଜନିତ କଟକଣା ପାଇଁ ବହୁ କାର୍ଯ୍ୟ ଅଟକି ରହିଥିବା ବେଳେ ଆଗାମୀ ଦିନରେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରିପୋର୍ଟ କାର୍ଡ ରେ ଦର୍ଶାଇବା ସହିତ ପ୍ରେସମିଟରେ ବିବୃତି ପ୍ରଦାନ ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜଷିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଉପସ୍ଥିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.