ଦେଶରେ ଆଜି ବି ଦିନକରେ ୯୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦ୍ୱିତୀୟ ଦିନରେ ଦେଶରେ ୯୦ ହଜାର ଉପରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୯୦ ହଜାର ୮୦୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ହଜାରେ ୧୬ ଜଣଙ୍କ ପ୍ରାଣ ନେଇଛି କରୋନା । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪ରେ ପହଞ୍ଚିଛି ।

ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭୧ ହଜାର ୬୪୨ରେ ପହଞ୍ଚିଛି । କରୋନାରୁ ସୁସ୍ଥ ହୋଇଛନ୍ତି ୩୨ ଲକ୍ଷ ୫୦ ହଜାର ୪୨୯ ଜଣ ସଂକ୍ରମିତ । ୮ ଲକ୍ଷ ୮୨ ହଜାର ୫୪୨ ଜଣ ଚିକିତ୍ସିତ ହେଉଛନ୍ତି । ICMRର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୪କୋଟି ୯୫ ଲକ୍ଷ ୫୧ ହଜାର ୫୦୭ଟି ଟେଷ୍ଟିଂ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୭ ଲକ୍ଷ ୨୦ ହଜାର ୩୬୨ଟି ନମୁନା ପରୀକ୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.