ହାତୀ ପାଦ ତଳେ ବହୁତ ସମୟ ଧରି ପଡିରହିଲେ ବ୍ୟକ୍ତି, ତାପରେ ହଠାତ ହେଲା କିଛି ଏପରି ଦେଖନ୍ତୁ ଭିଡିଓ

ଆପଣ କେବେ ମଣିଷ ଏବଂ ହାତୀ ମୁହାଁମୁହିଁ ହେବାର ଦୃଶ୍ୟ ଦେଖିଛନ୍ତି? ଆଜି ଆମେ ଆପଣଙ୍କୁ ହାତୀ-ମଣିଷ ମୁହାଁମୁହିଁର ଏକ ଲୋମଟାଙ୍କୁରା ଭିଡିଓ ଦେଖାଇବୁ। ଏହି ଭିଡିଓକୁ ଦେଖିବା ପରେ ଆପଣ ଅନୁଭବ କରିବେ ଯେ ଯେତେବେଳ ବିଶାଳକାୟ ହିଂସ୍ର ପ୍ରାଣୀ ଆପଣଙ୍କ ସାମ୍ନାକୁ ଆସିଯିବ ଆପଣଙ୍କ ଅବସ୍ଥା ସେତେବେ କଣ ହେବ?

ଆପଣ ଜାଣିଛନ୍ତି ହାତୀ ବହୁତ ଶାନ୍ତ ସ୍ୱଭାବର। କିନ୍ତୁ ଯେତେବେଳେ ତାଙ୍କୁ ରାଗ ଆସିଯାଏ ସେତେବେଳେ ତାଙ୍କ ସାମ୍ନାକୁ ଯାହା ଆସେ ତାଙ୍କୁ ଧ୍ୱଂସ ବିଧ୍ୱଂସ କରିଦିଅନ୍ତି। ମାତ୍ର କିଛି ସମୟରେ ସବୁକିଛି ହୋଇଯାଏ ସଫା। ଏମିତି ତ ହାତୀ ଉପରେ ବିପଦ ନ ଆସିଲେ ସେ କାହାକୁ ଆକ୍ରମଣ କରେନାହିଁ। କିନ୍ତୁ ସମୟ କଣ ସବୁବେଳେ ଭଲ ଥାଏ, କେତେବେଳେ ବାଜି ପଲଟିଯିବ କେହି ଜାଣିନାହାନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଆଉ ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖିବା ପରେ ଆପଣ ବି ବୁଝିଯିବେ ଯେତେବେଳେ ହାତୀ ଭଳି ବିଶାଳକାୟ ପଶୁ ମଣିଷଙ୍କ ସାମ୍ନାରେ ଆସିଯାଏ ତାହେଲେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାନ୍ତି। ଏହି ଲୋମଟାଙ୍କୁରା ଭିଡିଓକୁ ରିଟାୟର୍ଡ ଆଇଏଫଏସ ଅଫିସର ଦିଗବିଜୟ ସିଂହ ଖଟି ସେୟାର କରିଛନ୍ତି।

ଭିଡିଓରେ ଆପଣ ଦେଖୁପାରୁଥିବେ ବ୍ୟକ୍ତି ଜଣଙ୍କ ସାଇକେଲ ସହିତ ତଳେ ପଡିଛନ୍ତି। ଆଉ ତାଙ୍କ ପୂରା ପାଖରେ ଏକ ବିଶାଳକାୟ ହାତୀ ଛିଡା ହୋଇଛି। କେତେବେଳେ ବି ପାଦରେ ଦଳି ମକଚିପାରେ। ଏହି ଦୃଶ୍ୟକୁ ସେଠାରେ ଥିବା କିଛି ଲୋକ ଦେଖୁଛନ୍ତି କିନ୍ତୁ ହାତୀ ପାଖରେ ଉପାୟ ଶୂନ୍ୟ ଛିଡା ହୋଇଛନ୍ତି ଆଉ ହାତୀ ପାଦ ତଳୁ ଧୀରେ ଧୀରେ ବାହାରିଯିବାକୁ ଲୋକଟିକୁ କହୁଛନ୍ତି। କିନ୍ତୁ ହାତୀଟି ବ୍ୟକ୍ତିଙ୍କୁ ନିଜ ସୁଣ୍ଢ ସାହାଯ୍ୟରେ ଏପଟସେପଟ କରୁଛି ଆଉ ତାଙ୍କ ସାଇକେଲକୁ ଧରି ତଳେ କଚାଡୁଛି। ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ହାତୀଟି ତା ପାଦରେ ନିମିଶକେ ମଧ୍ୟରେ ବ୍ୟକ୍ତିଙ୍କର ପ୍ରାଣ ନେଇଯିବ। କିନ୍ତୁ ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କୁ ସାଥ୍‌ ଦେଲା ଆଉ ସେ ଧୀରେ ଧୀରେ ହାତୀ ପାଦ ତଳୁ ଖସିବାକୁ ଚେଷ୍ଟା କରି ଶେଷରେ ସଫଳ ହୋଇଗଲେ। ତେବେ ବ୍ୟକ୍ତିଙ୍କ ବେଳ ଭଲ ଥିଲା ବୋଲି ସେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଗଲେ। କିନ୍ତୁ ଏ ଲୋମଟାଙ୍କୁରା ଭିଡିଓକୁ ଦେଖିଲେ ଯେ କେହି ବି ଭୟଭୀତ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.