ରୋଗ ଯନ୍ତ୍ରଣାକୁ ସହି ନପାରି ଶେଷରେ ଫେସବୁକରେ ନିଜ ମୃତ୍ୟୁର ଲାଇଭ ଷ୍ଟ୍ରିମିଂ କଲେ ବ୍ୟକ୍ତି

ଫ୍ରାନ୍ସର ଜଣେ ବ୍ୟକ୍ତି ଶୁକ୍ରବାର ଦିନ ଫେସବୁକରେ ନିଜ ମୃତ୍ୟୁର ଲାଇଭ ଷ୍ଟ୍ରିମିଂ କରିଥିଲେ । ସେ ଏକ ଗମ୍ଭୀର ରୋଗରେ ପୀଡିତ ଥିଲେ ଏବଂ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଠାରୁ ନିଜ ପାଇଁ ଇଚ୍ଛାମୃତ୍ୟୁ ମାଗିଥିଲେ । ତେବେ ମାକ୍ରନ୍ ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଆଲିନ୍ କୋକ୍ ନାମକ ଏହି ବ୍ୟକ୍ତି ଖାଇବା ପିଇବା ଛାଡିଦେଲେ । ତାପରେ ସେ ଭାବିଥିଲେ ଯେ ଏହା କରିବା ଦ୍ୱାରା ସେ ଏକ ସପ୍ତାହରୁ ଅଧିକ ବଞ୍ଚି ପାରିବେ ନାହିଁ । ସେ ମାକ୍ରୋନଙ୍କୁ ଏକ ଏପରି ପଦାର୍ଥ ଦେବା ପାଇଁ ଲେଖିଥିଲେ ଯାହା ତାଙ୍କୁ ଶାନ୍ତିରେ ମରିବାକୁ ଅନୁମତି ଦେବ, କିନ୍ତୁ ରାଷ୍ଟ୍ରପତି ତାଙ୍କୁ ଲେଖିଥିଲେ ଯେ ଫ୍ରାନ୍ସ ନିୟମ ଅନୁଯାୟୀ ଏହାକୁ ଅନୁମତି ଦିଆଯାଇ ନାହିଁ ।

57 ବର୍ଷୀୟ କୋକ୍ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ସିଧା ପ୍ରସାରଣ କରିଥିଲେ କାରଣ ସେ ଏପରି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ଯେଉଁମାନଙ୍କୁ ଈଛାମୃତ୍ୟୁ ପାଇଁ ଅନୁମତି ମିଳେ ନାହିଁ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଫେସବୁକରେ କୋକଙ୍କ ପୋଷ୍ଟକୁ ଦେଖି କହିଛନ୍ତି ଯେ ମୁଁ ଆଇନଠାରୁ ଅଧିକ ନୁହେଁ, ମୁଁ ଆପଣଙ୍କ ଅନୁରୋଧ ଗ୍ରହଣ କରିପାରିବି ନାହିଁ ।

बीमारी से तंग आकर एक शख्स ने फेसबुक पर कर डाली मौत की लाइव स्ट्रीमिंग

ନିଜ ମୃତ୍ୟୁକୁ ଫେସବୁକରେ ସିଧା ପ୍ରସାରଣ କରିବେ ବୋଲି କୋକ୍ AFP କୁ କହିଥିଲେ । ଏପରି କରିବା ଦ୍ୱାରା ବିଶ୍ୱ ତାଙ୍କର ଏହି ପଦକ୍ଷେପକୁ ସର୍ବଦା ମନେ ରଖିବ ଏବଂ ଏହା ଆଇନରେ ପରିବର୍ତ୍ତନ ଆଣିବି ବୋଲି ସେ ଆଶା କରିଥିଲେ । ଏହା ଉପରେ ରାଷ୍ଟ୍ରପତି ମାକ୍ରୋନ୍ କହିଛନ୍ତି ଯେ ମୁଁ ତୁମର ପଦକ୍ଷେପକୁ ସମ୍ମାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.