Below header

ଶିମିଳିପାଳ ଜଙ୍ଗଲର ନିଆଁ ଲିଭାଇବା ପାଇଁ ଅଣ୍ଟା ଭିଡିଲେ ମୟୁରଭଞ୍ଜ ମହାରାଣୀ ଓ ରାଜକୁମାରୀ,ହାତରେ ଧରିଲେ ଛାଟ ମୁଠା

ମୟୂରଭଞ୍ଜ(କେନ୍ୟୁଜ୍):  ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣରେ ରହିଛି । ଶିମିଳିପାଳ ଟାଇଗର ରିଜର୍ଭ କର୍ମଚାରୀ ଓ ଫାୟାର ସ୍କ୍ଵାଡ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନିଆଁ ଲିଭାଇଛନ୍ତି । ନିଆଁଲିଭା କାର୍ଯ୍ୟରେ ଆଡଭାନ୍ସଡ ସାଟେଲାଇଟକୁ ବ୍ୟବହାର କରାଯାଉଛି । ଲାଗିଥିବା ନିଆଁରେ କୌଣସି ବନ୍ୟଜନ୍ତୁଙ୍କ କ୍ଷୟକ୍ଷତି ହୋଇନଥିବା କହିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ । ଏହି ନିଆଁଲିଭା କାର୍ଯ୍ୟରେ ବାଙ୍ଗିରିପୋଷି ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଦିନ ରାତି ଏକ କରି ନିଆଁଲିଭା କାର୍ଯ୍ୟ ତୁଲାଇଛନ୍ତି ବାଙ୍ଗିରିପୋଷି ପୋଲିସ ।

ଜୈବ ବିବିଧତାର ସୁରକ୍ଷାରେ ଲାଗିଛନ୍ତି ମୟୁରଭଞ୍ଜ ଏସପି । ସେପଟେ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏବଂ ରାଜକୁମାରୀ ଅକ୍ଷିତ ଭଞ୍ଜଦେଓ ବାଙ୍ଗିରିପୋଷୀ ଯାଇ ନିଆଁ ଲିଭାଇବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତିି ।  ପରେ ହାତରେ ଛାଟ ମୁଠା ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.