Below header

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ୧୪ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ RD କାର୍ଯ୍ୟାଳୟର କ୍ୟାସିଅର

ମୟୂରଭଞ୍ଜ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ RD କାର୍ଯ୍ୟାଳୟର କ୍ୟାସିଅର ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି । ଠିକାଦାର କମେଶ୍ୱର ତ୍ରିପାଠୀଙ୍କ ଠାରୁ ବିଲ ପାସ କରିବାକୁ କ୍ୟାସିୟର ଅଜୟ ସେଜପଡ଼ା ଲାଞ୍ଚ ନେଉଥିଲେ । ଗତ ମାର୍ଚ୍ଚ ମାସରୁ ଏକ କାର୍ଯ୍ୟ ଶେଷ କରିଥିଲେ ଠିକାଦାର । ହେଲେ ବିଲ ପାସ କରିବାକୁ ୧୪ ହାଜର ଟଙ୍କା ଲାଞ୍ଚ ମାଗିଥିଲେ କ୍ୟାସିୟର । ଏହାକୁ ନେଇ କାମେଶ୍ୱର ବାରିପଦା ଭିଜିଲାନ୍‌ସର ଦ୍ୱାରସ୍ତ ହୋଇଥିଲେ । ଆଜି ଯୋଜନା ମୁତାବକ କମେଶ୍ୱର ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍‌ସ ପକ୍ଷରୁ ଚଢାଉ କରାଯାଇ ଅଜୟଙ୍କୁ ଗରିଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.