ଜଲଦି କରନ୍ତୁ, କିଣାମୂଲ୍ୟ ଠାରୁ ୨୬,୯୯୦ ଟଙ୍କା କମ୍‌ରେ ମିଳୁଛି ଏହି ସ୍କୁଟର

ଦେଶର ପ୍ରମୁଖ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ Ampere Vehicle ଇଲେକ୍ଟ୍ରିକ ସ୍କୁଟରରେ ଆକର୍ଷଣୀୟ ରିହାତି ଘୋଷଣା କରିଛି। କମ୍ପାନୀ ସ୍କୁଟରର କିଣାମୂଲ୍ୟରେ ୨୬,୯୯୦ର ଟଙ୍କା ପର୍ଯ୍ୟନ୍ତ କାଟ୍‌ କରିଛି। କମ୍ପାନୀ ନିଜର ଏହି ପ୍ରଥମ ସ୍କିମ୍‌ର ନାଁ ରଖିଛି ‘‘Amp-Up’’। ଏଥିସହ କମ୍ପାନୀ ପୁରୁଣା ଗ୍ରାହକଙ୍କୁ ମଧ୍ୟ କେତେକ ଆକର୍ଷଣୀୟ ଉପହାର ଜିତିବା ମଉକା ଦେଇଛି। ଉପହାର ମଧ୍ୟରେ ଟିଭି ଠାରୁ ଆରମ୍ଭ କରି ସ୍ୱର୍ଣ୍ଣ ମୁଦ୍ରା ପର୍ଯ୍ୟନ୍ତ ରହିଛି। ଏହି ଅଫର ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଏହାସହ ପଢନ୍ତୁ: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ କି? ଏହି ୪ଟି ବ୍ୟାଙ୍କ ପ୍ରାର୍ଥୀ ଆବଶ୍ୟକ କରୁଛି, ତୁରନ୍ତ କରନ୍ତୁ ଆବେଦନ

Ampere Vehicle କମ୍ପାନୀର ୬ଟି ମଡେଲ ବର୍ତ୍ତମାନ ବଜାରରେ ଉପଲବ୍ଧ ଅଛି ଏଥିରେ V48, V48, Li, Reo, Reo Li, Magnus, Zeal ସାମିଲ ଅଛି।

Zeal ଏବେ ଗ୍ରାହକଙ୍କ ପ୍ରଥମ ପସନ୍ଦ ଭାବେ ପରିଗଣିତ ହେଉଛି। କମ୍ପାନୀ ଏହି ସ୍କୁଟରରେ ୧୨kWର ଇଲେକ୍ଟ୍ରିକ ମୋଟର ବ୍ୟବହାର କରିଛି। ଏଥିରେ 60v/30Ah ଅତ୍ୟାଧୁନିକ lithium-ion ବ୍ୟାଟେରୀର ପ୍ରୟୋଗ କରାଯାଇଛି। କମ୍ପାନୀର କହିବାନୁସାରେ ଥରେ ଚାର୍ଜ ହେଲେ ଏହି ସ୍କୁଟର ୭୫ କିଲୋମିଟର ଯିବ। ଏହା ଘଣ୍ଟାକୁ ୫୫ କିଲୋମିଟର ବେଗରେ ଯାଇପାରିବ। ଥରେ ଫୁଲ ଚାର୍ଜ ହେବା ପାଇଁ ଏହି ଗାଡ଼ି ୫ରୁ ୬ ଘଣ୍ଟା ସମୟ ନେଇଥାଏ। ଏହାର ଓଜନ ୧୩୦ କିଲୋଗ୍ରାମ ଥିବା ବେଳେ କମ୍ପାନୀ ଗାଡ଼ିରେ ୨ ବର୍ଷର ଓ୍ଵାରେଣ୍ଟି ଦେଇଛି। ଏଥିରେ ଇକୋନୋମିକ ଓ ସ୍ପୋର୍ଟସ ଦୁଇଟି ରାଇଡିଙ୍ଗ୍‌ ମୋଡ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.