Below header

ଏହି କବର ସ୍ଥାନରୁ ବାହାର କରାଗଲା ୬,୫୦୦ କଙ୍କାଳ, କାରଣ ଜାଣିଲେ ହୋଇଯିବେ ଚକିତ!

ଆମେ ସମସ୍ତେ ମନୁଷ୍ୟର ସ୍ଥାନ ପରିବର୍ତ୍ତନ ଅର୍ଥାତ୍‌ ସ୍ଥାନାନ୍ତରଣ ପ୍ରକ୍ରିୟା ବିଷୟରେ ଶୁଣିଛୁ। କିନ୍ତୁ କେବେ ଆପଣ ଏହା ଶୁଣିଛନ୍ତି କି, ଏକସଙ୍ଗେ ହଜାର ହଜାର କଙ୍କାଳମାନଙ୍କର ସ୍ଥାନ ପରିବର୍ତ୍ତନ ହେବା? ହଁ, ଏମିତି ଏକ ଘଟଣା ୟୁନାଇଟେଡ୍‌ କିଙ୍ଗଡମ୍‌ର ବର୍ମିଘମ୍‌ରେ ଘଟିଛି।
ପ୍ରତ୍ନତତ୍ତ୍ୱବିଦ୍‌ମାନେ ଏଚ୍‌ଏସ୍‌୨ ଉଚ୍ଚ ଗତିସମ୍ପନ୍ନ ଏକ ରେଲେଓ୍ଵ ଷ୍ଟେଶନ ନିର୍ମାଣ ପାଇଁ ବର୍ମିଘମ୍‌ରେ ଥିବା ଊନବିଂଶ ଶତାବ୍ଦୀର କବର ସ୍ଥାନକୁ ଖନନ କରିଛନ୍ତି। ଏଠାରେ ପୋତା ହୋଇଥିବା ୬,୫୦୦ କଙ୍କାଳଙ୍କୁ ସେମାନେ ଖନନ କରି ବାହାର କରିଛନ୍ତି। ଏହି କବର ସ୍ଥାନରେ ୬୦,୦୦୦ରୁ ଅଧିକ ମୃତଦେହ ପୋତାଯାଇଛି, ଯେଉଁଗୁଡ଼ିକୁ ଏବେ ଖନନ କରାଯାଉଛି।

ପ୍ରତ୍ନତତ୍ତ୍ୱ ଅଧିକାରୀମାନଙ୍କ କହିବା ଅନୁସାରେ, ବିଭାଗ ପକ୍ଷରୁ ଲଣ୍ଡନ ଏବଂ ବର୍ମିଘମ୍‌ ମଝିରେ ଉଚ୍ଚ ଗତିସମ୍ପନ୍ନ ଏକ ନୂଆ ରେଲେଓ୍ଵ ଷ୍ଟେଶନ ନିର୍ମାଣ କରାଯିବ। ତେଣୁ ସେଠାରେ ରାସ୍ତା ନିର୍ମାଣ ଲାଗି ଖନନ କାର୍ଯ୍ୟ କରାଯାଉଛି। ଉପର ମାଟି ବାହାର କରିବା ପାଇଁ ମେଶିନ ବ୍ୟବହାର କରାଯାଇଥିଲା। କଙ୍କାଳର ଅବଶୋଷ ମିଳିବା ପରେ ପ୍ରତ୍ନତତ୍ତ୍ୱବିଦ୍‌ମାନେ ହାତରେ ତାହାକୁ ବାହାର କରିଥିଲେ।

ଏହାସହ ପଢ଼ନ୍ତୁ: ଏଠାରେ ଝିଣ୍ଟିକାରୁ ପ୍ରସ୍ତୁତ ହୁଏ ବ୍ରେଡ୍‌, ଲୋକେ କରନ୍ତି ପସନ୍ଦ

୧୦ ହଜାର କଙ୍କାଳର ଖନନ ପରେ ସେଠାରେ ବିରୋଧ ପ୍ରଦର୍ଶନ ସହ ଏକ ସ୍ମାରକ ସେବା କାଯ୍ୟର୍କ୍ରମ ଆୟୋଜନ କରାଯିବ। ଉକ୍ତ ସ୍ଥାନରେ ୧୭୯୦ରୁ ୧୮୫୩ ମଧ୍ୟରେ ଲୋକଙ୍କୁ କବର ଦିଆଯାଇଥିଲା। ୨୦୯ ବର୍ଷର ପୁରୁଣା ଏହି କବର ସ୍ଥାନରେ ବିଗତ ୪୬ ବର୍ଷ ହେବ କୌଣସି ମୃତଦେହକୁ କବର ଦିଆଯାଉ ନ ଥିଲା। ରେଲେଓ୍ଵ ଷ୍ଟେଶନ ନିର୍ମାଣ ଘୋଷଣା ହେବା ପରେ ପ୍ରତ୍ନତତ୍ତ୍ୱବିଦ୍‌ମାନେ ସେଠାରେ ଖନନ କାର୍ଯ୍ୟ କରିଥିଲେ। ଖନନରୁ ସେମାନଙ୍କୁ ମୂର୍ତ୍ତି, ପଇସା, ଖେଳଣା, ଦାମୀହାର ସହ ଅନେକ କଳାକୃତି ମିଳିଥିଲା। ବର୍ମିଘମ୍‌ ସ୍ଥାନୀୟ ପ୍ରଶାସନର କହିବା ହେଲା, ଚର୍ଚ୍ଚରୁ ପରାମର୍ଶ ନେବା ପରେ କଙ୍କାଳଗୁଡ଼ିକୁ ଅନ୍ୟ କେଉଁଠିକୁ ସ୍ଥାନାନ୍ତର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.