କିସ୍ ଓ କିଟ୍ ପରିଦର୍ଶନ କରିବେ ଏମ୍ଡିଏଚ୍ କମ୍ପାନୀର ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଲ ଗୁଲାଟି
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏମ୍ଡିଏଚ୍ର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି । ଦୁଇ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ଗୁଲାଟିଙ୍କୁ ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ କିଟ୍ ଓ କିସ୍ ପ୍ରତିିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ କରିଥିଲେ । ପରେ ସ୍ଥାନୀୟ ମେ ଫେୟାର ହୋଟେଲରେ ସାଂସଦ ଡକ୍ଟର ସାମନ୍ତ ଓ ଇପିକଲର ନିର୍ଦ୍ଦେଶକ ନିତିନ ଜଓ୍ଵାଲେ ଓ ଗୁଲାଟିଙ୍କ ମଧ୍ୟରେ କନ୍ଧମାଳରେ ମସଲା ୟୁନିଟ ସ୍ଥାପନ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ କନ୍ଧମାଳରେ ମସଲା ୟୁନିଟ ସ୍ଥାପନ ନେଇ ସମ୍ମତି ପ୍ରକାଶ କରିବା ସହ ନମୂନା ପରୀକ୍ଷା ପାଇଁ କିଛି ପରିମାଣର ହଳଦୀ ଏମଡିଏଚକୁ ପ୍ରେରଣ କରିବା ପାଇଁ ଗୁଲାଟି ପରାମର୍ଶ ଦେଇଥିଲେ । ଆଜି ଗୁଲାଟି କିସ୍ ଓ କିଟ୍ ପରିଦର୍ଶନ କରି କିସ୍ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ । ପରେ ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ସକାଶେ କାର୍ୟ୍ୟକ୍ରମରେ ତାଙ୍କୁ କିସ୍ ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ସେ ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ୟର୍୍ୟକ୍ରମ ରହିଛି । ଗତ ଅଗଷ୍ଟ ମାସରେ ସାଂସଦ ଡକ୍ଟଟ ସାମନ୍ତ ଗୁଲାଟିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି କିଟ୍ ଓ କିସ ପରିଦର୍ଶନ ସହ କନ୍ଧାମାଳରେ ଏକ ମସଲା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ଡକ୍ଟର ସାମନ୍ତଙ୍କ ଅନୁରୋଧ ରକ୍ଷା କରି ଗୁଲାଟି ଭୁବନେଶ୍ୱର ପହଞ୍ଚିଛନ୍ତି ।