Below header

ଆଜି ଗୋଳାବନ୍ଧ ଆର୍ମୀ ଏୟାର ଡିଫେନ୍‌ସ କଲେଜ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ବ୍ରହ୍ମପୁର(କେନ୍ୟୁଜ୍): ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ବ୍ରହ୍ମପୁର ଗୋଳାବନ୍ଧ ଆର୍ମୀ ଏୟାର ଡିଫେନ୍‌ସ କଲେଜକୁ ଗସ୍ତ କରିବେ । ସକାଳ ସାଢେ ୮ଟାରେ ଡିଫେନ୍‌ସ କଲେଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଡିଫେନ୍‌ସ ସେଣ୍ଟରକୁ କଲର ଆୱାର୍ଡ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଉଲ୍ଲେଖନୀୟ ସେବା ଯୋଗାଇ ଦେଇଥିବାରୁ ଏହି ପୁରସ୍କାର ପ୍ରଦାନ କରାଯିବ । କଲର ଆୱାର୍ଡ ପ୍ରଦାନ ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସକାଳ ସାଢେ ୧୧ଟାରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି । ଅପରାହ୍‌ଣ ୩ଟା ୫୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ଆୟୋଜିତ ହେବା ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.