ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାରତ ବିରୋଧୀ ବୟାନ, ଜାତିସଂଘରେ ସାଧାରଣ ପରିଷଦ ବୈଠକରେ କଲେ ବିଷୋଦଗାର
ଜାତିସଂଘରେ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇ ଭାରତ ବିରୋଧରେ ବିଷୋଦଗାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ। ଆତଙ୍କବାଦ ଓ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଛେଦ ପ୍ରସଙ୍ଗ ଉଠାଇଥିଲେ ଇମ୍ରାନ୍। ଭାରତ ବଡ ବଜାର ହୋଇଥିବାରୁ ୩୭୦ ଧାରା ଉଛେଦ ପ୍ରସଙ୍ଗରେ କେହି ମୁହଁ ଖୋଲୁ ନାହାନ୍ତି ବୋଲି କହିଥିଲେ।