ଆଜି ମହାଳୟା, ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଶେଷ ଦିନ

ପୁରୀ(କେନ୍ୟୁଜ୍): ଆଜି ମହାଳୟା । ୧୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରିବାର ବିଶ୍ୱାସ ରହିଛି । ବିଶେଷ କରି ପୁରୀ ଶ୍ରୀମନ୍ଦିର ବାଇଶି ପାହାଚ ସହିତ ତୀର୍ଥ ପୁଷ୍କରଣୀ ଗୁଡିକରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ । ଏହି ୧୫ ଦିନ ପିତୃପୁରୁଷଙ୍କ ବିଭିନ୍ନ ତିଥିରେ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି । ଯେଉଁମାନେ ତିଥିରେ ପିଣ୍ଡଦାନ ଓ ଶ୍ରାଦ୍ଧ କରିପାରିନାହାନ୍ତି ସେମାନେ ଆଜି ଶେଷ ଦିନରେ ପିଣ୍ଡଦାନ ଓ ଶ୍ରାଦ୍ଧ ମଧ୍ୟ କରିବାର ପରମ୍ପରା ରହିଛି । ଏଥିପାଇଁ ଆଜି ପୁରୀ ଶ୍ରୀମନ୍ଦିର ସହ ବିଭିନ୍ନ ତୀଳ ପୁଷ୍କରଣୀରେ ମଧ୍ୟ ପିଣ୍ଡଦାନ ପାଇଁ ଭକ୍ତଙ୍କ ଗହଳି ଲାଗି ରହିଛି । ଆଜିଠାରୁ ପିତୃପକ୍ଷ ଶେଷ ହେବା ସହ ଦେବୀ ପକ୍ଷ ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.