ଧବଳମୁଖୀ ବେଶରେ ଦର୍ଶନ ଦେବେ ମା’ ସମଲେଶ୍ୱରୀ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ବର୍ଷ ସାରା ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମା’ କେବଳ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ଙ୍କ ଏହି ବେଶକୁ ଗଙ୍ଗା ଦର୍ଶନ ବେଶ ମଧ୍ୟ କୁହାଯାଇଥାଏ । ପିତୃପକ୍ଷ ପାଳନର ଶେଷ ଦିନରେ ମା’ଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନର ପୂଣ୍ୟ ମିଳିବା ସହ ପିତୃପୁରୁଷ ମଧ୍ୟ ଶାନ୍ତିରେ ରହିଥାନ୍ତି ବୋଲି ବିଶ୍ୱାସ ରହିଛି । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି । ମା’ଙ୍କ ଏହି ଧବଳମୁଖୀ ବେଶକୁ ମା’ ଲକ୍ଷ୍ମୀଙ୍କ ବେଶ ବୋଲି ମଧ୍ୟ କୁହାଯାଏ । ସେହିପରି ଆସନ୍ତାକାଲିଠାରୁ ନବରାତ୍ର ଉପଲକ୍ଷେ ମା’ଙ୍କର ବନଦୁର୍ଗା ବେଶ ଅନୁଷ୍ଠିତ ହେବ । ଏହା ସହ ଆଶ୍ୱୀନ ପୂର୍ଣ୍ଣିମା ଦିନ ମା’ଙ୍କ ରାଜରାଜେଶ୍ୱରୀ ବେଶ ସହ ମନ୍ଦିରକୁ ବାର୍ଷିକ ଧ୍ୱଜାବରଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.