Below header

ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ଚାଲିଛି ମଦ ସହିତ ମାଂସ ଭୋଜି, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ଭଞ୍ଜନଗର: ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ମାଂସ ଭୋଜି । ଖାଲି ମାଂସ ନୁହେଁ ତା ସାଙ୍ଗକୁ ମଦ । ସରପଞ୍ଚ ପ୍ରତିନିଧିଙ୍କ ସହ କିଛି ସମର୍ଥକ, ଜିଆରଏସ୍ ଏବଂ ସ୍ଥାନୀୟ କିଛି ଯୁବକ ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ଏଭଳି ଭୋଜି କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ୍ ଅନ୍ତର୍ଗତ ବଡ ମହୁରୀ ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ଚାଲିଥିଲା ଏଭଳି ଅଭାବନୀୟ ଘଟଣା । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏସବୁର ଆୟୋଜନ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ତଥା ସରପଞ୍ଚ ପ୍ରତିନିଧି କରିଥିବା କୁହାଯାଉଛି । ଏନେଇ ତାଙ୍କୁ ପଚାରିବାରୁ ସେ ପଞ୍ଚାୟତରେ ଚାଲିଥିବା କୋଭିଡ୍-୧୯ ପରିଚାଳନାରେ ଥିବା କିଛି ଲୋକଙ୍କ ପାଇଁ ଖାଇବା ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି । ତେବେ ଅନ୍ଯପଟେ ପଞ୍ଚାୟତ କାର୍ଯ୍ଯାଳୟରେ ଏଭଳି ଭୋଜି ଓ ମଦ ମାଂସ ରଖାଯାଥିବା ଭିଡିଓକୁ ଦେଖି ପ୍ରତିକ୍ରୀୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.