ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଖାଲିପଡିଛି ୪ ହଜାରରୁ ଅଧିକ ପଦବୀ

ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଏଲ୍‌ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ୍‌ (ONGC) ରେ ଅନେକ ପଦବୀରେ ନିଯୁକ୍ତି କରାଯାଉଛି। ଆବେଦନ କରିବାର ପ୍ରକ୍ରିୟା ୨୯ ଜୁଲାଇରୁ ଆରମ୍ଭ ହୋଇଛି। ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ, ୨୦୨୦ ରହିଛି। ଅଧିକ ବିବରଣୀ ପାଇଁ ongcapprentices.ongc.co.in ଯାଇ ନୋଟିଫିକେସନ ପଢିପାରିବେ।

ପଦବୀ ବିବରଣୀ :

ଉତ୍ତର ସେକ୍ଟର ପାଇଁ : ୨୨୮
ମୁମ୍ବାଇ ସେକ୍ଟର : ୭୬୪
ପଶ୍ଚିମ ସେକ୍ଟର : ୧୫୭୯
ପୂର୍ବ ସେକ୍ଟର : ୭୧୬
ଦକ୍ଷିଣ ସେକ୍ଟର : ୬୭୪
ସେଣ୍ଟ୍ରାଲ ସେକ୍ଟର : ୨୨୧

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ତାରିଖ ୨୯ ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୭ ଅଗଷ୍ଟ ରହିଛି।

ଚୟନ ପ୍ରକ୍ରିୟା : ୨୪ ଅଗଷ୍ଟ, ୨୦୨୦

oo

ଯୋଗ୍ୟତା : ଆକାଉଣ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ।

ଆସିଷ୍ଟାଣ୍ଟ ହ୍ୟୁମାନ ରିସୋର୍ସ ପଦବୀ ପାଇଁ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିବା ଆବଶ୍ୟକ।

ବୟସ ସୀମା : ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ୧୮ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୫ ବର୍ଷ ଏବଂ ଓବିସିଙ୍କ ପାଇଁ ୩ ବର୍ଷର ଛୁଟ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.