ଭାରତୀୟ ବାୟୁସେନାରେ “ରାଫେଲ” ସାମିଲ ହେବା ପରେ ଭୟରେ ଥରୁଛି ପାକିସ୍ତାନ

ଗୋଟେ ପଟେ ୭୦୦୦ କିଲୋମିଟରର ଦୀର୍ଘ ରାସ୍ତା ଅତିକ୍ରମ କରି ୫ଟି ରାଫେଲ ଫାଇଟର ଜେଟ ବୁଧବାର ଅପରାହ୍ନ ସମୟରେ ଭାରତରେ ଅବତରଣ କରିଥିବା ବେଳେ, ଏହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଭାରତର ଚିର ଶତ୍ରୁ ଚୀନ ଓ ପାକିସ୍ତାନ । ଏନେଇ ପାକିସ୍ତାନ ବାୟୁସେନା ଆଖିକୁ ଆଉ ଯେମିତି ନିଦ ନାହିଁ । ଶକ୍ତିଶାଳୀ ରାଫେଲ ଫାଇଟର ଜେଟ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ପାକିସ୍ତାନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । ଏମିତିକି ସେଠାକାର ବିଦେଶ ମନ୍ତ୍ରୀ ଆରୋପ ଲଗାଇଛନ୍ତିକି, ନିଜ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଅସ୍ତ୍ର ଭାରତ ଜମା କରିବାରେ ଲାଗିଛି । ବିଶ୍ୱ ସମୁଦାୟ ନିକଟରେ ଗୁହାରି କରିଛନ୍ତିକି, ଭାରତର ଏପରି ମାତ୍ରାଧିକ ହତିଆର ଜମା କରିବା ଉପରେ ପ୍ରତିବନ୍ଧକ ଲଗାଯାଉ ।

Modi softens on 'Make in India' to get French-made jets into ...

ନଚେତ ଭାରତର ଏପରି ପଦକ୍ଷେପରେ ଦକ୍ଷିଣ ଏସିଆ ଅଞ୍ଚଳ ପ୍ରଭାବିତ ହେବ । ଅନ୍ୟପକ୍ଷରେ ଆବଶ୍ୟକତା ଠାରୁ ଅଧିକ ସୈନ୍ୟ ଏକାଠି କରୁଛି ଭାରତ ବୋଲି ଅଭିଯୋଗ ଆଣିଛି ପାକିସ୍ତାନ । କହିରଖିବା ଉଚିତ ହେବକି, ଅସ୍ତ୍ରଶସ୍ତ୍ର ଏକାଠି କରିବାରେ ବର୍ତ୍ତମାନ ସମୟରେ ବିଶ୍ୱରେ ଦ୍ଵିତୀୟ ସ୍ଥାନରେ ଅଛି ଭାରତ । ପାକିସ୍ତାନର ଏମିତି ବିଚଳିତ ହେବା ନିରର୍ଥକ ନୁହେଁ । ରାଫେଲ ଆସିବା ପରେ ସୀମା ଅତିକ୍ରମ କରି ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିବା ଭାରତୀୟ ବାୟୁସେନାର ଶକ୍ତି ଆହୁରି ବଢି ଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ରାଫେଲ ଏକ ଗେମ ଚେଞ୍ଜର ଭାବେ ମଧ୍ୟ ଉଭା ହୋଇପାରେ । ଏହା ଦ୍ୱାରା ଶତ୍ରୁପକ୍ଷ ଉପରେ ଅନେକ ଗୁଣା ଚାପ ବଢ଼ିଯିବ ।

ସୂଚନା ଅନୁଯାୟୀ, ଗୋଟିଏ ରାଫେଲକୁ କାବୁ କରିବା ପାଇଁ ପାକିସ୍ତାନକୁ ଦୁଇଟି ଏଫ -16 ବ୍ୟବହାର କରିବାକୁ ପଡିବ । ଯେବେକି ପୂର୍ବରୁ ଗୋଟିଏ ଏଫ -16 ରୋକିବାକୁ ଭାରତକୁ ଦୁଇଟି ଶୁଖୋଇ-30 ଏମ୍କେଆଇ ବିମାନ ବ୍ୟବହାର କରିବାକୁ ପଡୁଥିଲା । ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଯଦି ବାଲକୋଟ ଷ୍ଟ୍ରାଇକ ସମୟରେ ଭାରତ ପାଖରେ ଏହି ରାଫେଲ ମହଜୂତ ଥାନ୍ତା । ତେବେ ସେ ସମୟରେ ଶତ୍ରୁପକ୍ଷର ଅତିକମରେ ୧୨ ଟି ଏଫ-16 ବିମାନ ଧ୍ବଂସ ହୋଇ ଯାଇଥାନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.