ରିଲିଜ ହେଲା ଅପ୍‌ସରା- Rockଙ୍କ ଫିଲ୍ମ ‘ଥ୍ରୀଲର’ର ଫାଷ୍ଟ ଟ୍ରେଲର, ଦେଖିବାକୁ ମିଳିଲା ଅପ୍‌ସରାଙ୍କ ଜବରଦସ୍ତ ଅନ୍ଦାଜ

ବଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡିଆ ଯୋଡି ଅପସରା-ରକ୍ଙ୍କ ଫିଲ୍ମ ‘ଥ୍ରୀଲର’ ପ୍ରଥମ ଟ୍ରେଲର ରିଲିଜ ହୋଇଛି। ଏ କମ୍ପାନୀ ପ୍ରଡକ୍ସନ ସାଉଥ୍ ପ୍ଲସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଏନ୍ଏନ୍ଏନ୍ ସିରିଜ୍ ପରବର୍ତ୍ତୀ ଏହି ଫିଲ୍ମର ପୋଷ୍ଟରକୁ ନେଇ ପୂର୍ବରୁ ଜୋରଦାର ଚର୍ଚ୍ଚା ହୋଇସାରିଛି। ଏ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲର ଦେଖି ଫ୍ୟାନ ପୁରା ପାଗଳ ହୋଇଯାଇଛନ୍ତି।। ଟ୍ରେଲର ରିଲିଜ୍ ନେଇ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଟ୍ୱିଟରରେ ସୂଚନା ଦେଇଛନ୍ତି ।


ରାମଗୋପାଳ ବର୍ମାଙ୍କ ଏହି କ୍ରାଇମ୍ ସସ୍ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ । ଯାହାଙ୍କୁ ନେଇ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚା । ଏଥିରେ ହ୍ୟାଣ୍ଡ୍ସମ୍ ନାୟକ ରକ୍ କାଚ୍ଚି ଓ ବୋଲ୍ଡ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଗୁରୁବାର ରିଲିଜ୍ ହୋଇଥିବା ୨ ମିନିଟ୍ ୩୬ସେକେଣ୍ଡର ଟ୍ରେଲର ଜବରଦସ୍ତ ଶୈଳୀରେ ଉଭୟ ନଜର ଆସିଛନ୍ତି । ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଦୁଇ ଓଡ଼ିଆ ନାୟକ-ନାୟିକା ନଜର ଆସିବେ । ସେଥିପାଇଁ ସିନେମାକୁ ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଛି ।

ଏହି ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜରାଟୀ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହା ଖୁବଶୀଘ୍ର rgvworldtheatre.com/ RGVWorld.in/ ShreyasET/ShreyasET.com ରେ ଷ୍ଟ୍ରିମିଂ ହେବ ।

video courtesy : RGV

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.