Below header

ସଂଶୋଧିତ ଭୋଟର ପରିଚୟ ପତ୍ର ତାଲିକା ପ୍ରକାଶନ ନେଇ ବୈଠକ, ୫ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ସଂଶୋଧିତ ସ୍ୱତନ୍ତ୍ର ଭୋଟର ପରିଚୟ ପତ୍ର ତାଲିକା ପ୍ରକାଶନ ନେଇ ୫ଟି ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି । ସ୍ୱତନ୍ତ୍ର ଭୋଟର ପରିଚୟ ପତ୍ର ସଂଶୋଧନ କାର‌୍ୟ୍ୟକ୍ରମ ସଂପର୍କରେ ସବିଶେଷ ଭାବେ ଆଲୋଚନା କରାଯାଇଥିଲା । ସଂଶୋଧିତ ଭୋଟର ତାଲିକା ତ୍ରୁଟିଶୂନ୍ୟ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ୫ଟି ଜିଲ୍ଲାର ୯୫ ପ୍ରତିଶତ ଭୋଟର ତାଲିକା ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । ତେବେ ସ୍ୱଚ୍ଛ ଭୋଟର ତାଲିକା ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ବୈଠକରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଢେଙ୍କାନାଳର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.