Below header

ଆଜି ହକି ବିଶ୍ୱକପରେ ବେଲଜିୟମ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇଟ୍‌, ଜମିବ ଭାରତ-କାନାଡା ଲଢ଼େଇ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ପୁଲ-ସି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚରେ ମୈଦାନକୁ ଓହ୍ଲାଇବ ଭାରତ । କାନାଡା ସହ ହେବ ମୁକାବିଲା । ଟାର୍ଗେଟ୍‌ କ୍ୱାର୍ଟର ଫାଇନାଲ୍‌ ।

hj1ହକି ବିଶ୍ୱକପ୍‌ର ଲିଗ୍‌ ପର‌୍ୟ୍ୟାୟରେ ଭାରତର ମୁକାବିଲା । ବିଶ୍ୱ ର‍୍ୟାଙ୍କିଂର ୧୧ ନମ୍ବର ଦଳ କାନାଡ଼ା ସହ ଲଢ଼େଇ । ଭାରତର ପଲ୍ଲା ଭାରି ରହିଛି । ଘରୋଇ ପରିବେଶ ସହ ଫ୍ୟାନ୍‌ଙ୍କ ସମର୍ଥନ ରହିଛି । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ହରାଇଥିଲା ଟିମ୍‌ ଇଣ୍ଡିଆ । ୨-୨ରେ ଡ୍ର ରହିଥିଲା ବେଲଜିୟମ୍‌ ବିପକ୍ଷ ମ୍ୟାଚ୍‌ । କାନାଡା ବିପକ୍ଷ ଲିଗ୍‌ ଜିତି ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଯିବା ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ ।

hjସେପଟେ ଚକ୍‌ମା ବି ଦେଇପାରେ କାନାଡା । କଡ଼ା ମୁକାବିଲାରେ ବେଲଜିୟମଠାରୁ ହାରିଥିଲେ ବି ଦକ୍ଷିଣ ଆଫ୍ରିକା ସହ ପଏଣ୍ଟ ବାଣ୍ଟିଥିଲା । ଅତି କମ୍‌ରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଲଢ଼େଇ କରିବ କାନାଡ଼ା । ପୁଲ୍‌-ସି ରେ ଭାରତ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । କାନାଡା ରହିଛି ତୃତୀୟ ସ୍ଥାନରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.