ଉଦଘାଟିତ ହେଲା ନବରଙ୍ଗପୁରର ଲୋକ ମହୋତ୍ସବ ‘ମଣ୍ଡେଇ’, ସାମିଲ ହେଲେ ୪୦ରୁ ଅଧିକ ସାଂସ୍କୃତିକ ଦଳ

ନବରଙ୍ଗପୁର(କେନ୍ୟୁଜ୍) : ଉଦଘାଟିତ ହେଲା ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଆଜ୍ଞାମାଳ ଆସିବା ପରେ ପୀଠରୁ ବିରାଟ ଶୋଭାଯାତ୍ରା ବାହାରି ମଣ୍ଡେଇ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ୪୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଉଦଘାଟନୀ ଉତ୍ସବରେ ରାଜନେତା ଏବଂ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ପ୍ରତିଦିନ ଲୋକନୃତ୍ୟ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଦୁଲୁବିକ ମଣ୍ଡେଇ ମଞ୍ଚ । ସେହିପରି ପଲ୍ଲିଶ୍ରୀ ମେଳା ମଧ୍ୟ ଆକର୍ଷଣ ପାଲଟିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.