Below header

ପୁଣି ଆରମ୍ଭ ହେଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଆଳି(କେନ୍ଯୁଜ୍): ପୁଣି ଆରମ୍ଭ ହେଲା ମେଗା ପାନୀୟଜଳ ପ୍ରକଳ୍ପ କାମ । କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ନଦୀରେ ମେଗା ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ପୋଲିସ ପ୍ରଶାସନ ସହାୟତାରେ କମ୍ପାନୀ ଭଙ୍ଗା ମେସିନ୍‌ ଓ ସାମଗ୍ରୀ ଗୁଡିକୁ ସଜାଡିବା ସହ ପ୍ରକଳ୍ପ କାମ ଆରମ୍ଭ କରିଛି ।

୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ନିର୍ମାଣ କ୍ଷେତ୍ରରେ ଲଙ୍କାକାଣ୍ଡ କରିଥିଲେ ଆନ୍ଦୋଳନକାରୀ । ସଂଗ୍ରାମ ସମିତି ଡାକରାରେ ଉଭୟ ମହିଳା ଓ ପୁରୁଷ ପୋଲିସ କର୍ଡନ ଭାଙ୍ଗି ନିର୍ମାଣ କ୍ଷେତ୍ରକୁ ଧସେଇ ପଶିଥିଲେ ଶହ ଶହ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.