Below header

ଗଣେଶ ପୂଜା ପେଣ୍ଡାଲରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ  ଭର୍ତ୍ତି କରାଯାଇଥିଲା ।

ଗଜପତି (କେନ୍ୟୁଜ୍) : ଗଣେଶ ପୂଜା ପେଣ୍ଡାଲରେ ଅଘଟଣ ।  ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ଜେ.ଖଗେଶ ।  ଗତକାଲି ରାତିରେ ଗଣେଶ ପୂଜା ପେଣ୍ଡାଲରେ ମାଇକ୍ ସଜାଡୁ ଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ  ଭର୍ତ୍ତି କରାଯାଇଥିଲା ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରାଣ୍ଡି ପୋଲିସ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.