Below header

ରାତିରେ ସାଥି ହୋଇ ହୋଟେଲ ରୁମରେ ରହିଲେ କିନ୍ତୁ ମଧ୍ୟରାତ୍ରିରେ ଚାଲିଗଲା ଯୁବକଙ୍କ ଜୀବନ

ହୋଟେଲ ରୁମ ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳର ଏକ ହୋଟେଲରୁ ମୃତ ଦେହ ଉଦ୍ଧାର ହୋଇଛି ।

ଭଦ୍ରକ : ହୋଟେଲ ରୁମ ଭିତରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳର ଏକ ହୋଟେଲରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଭଣ୍ଡାରିପୋଖରୀ ଥାନା ମାଳଦା ପଂଚାୟତ ଜଳହରୀ ଗାଁର ଦେବରାଜ ସାମଲ । ସେ ଆପରନକୁ ଫ୍ୟାନରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି ।

ତେବେ ପୋଲିସ ମୃତ ଦେହକୁ ଵେବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହିତ ଏହାର ତଦନ୍ତ ଆରମ୍ଭ କରିଛି । ଏଥିସହ ହୋଟେଲ ରୁମ ଭିତରେ ସେହି ସମୟରେ ଥିବା ବନ୍ତ ଥାନା ଟିଲୋ ଅଂଚଳର ଜଣେ ଯୁବତୀଙ୍କୁ ସନ୍ଦେହରେ ପୋଲିସ ସ୍ୱଧାର ଗୃହରେ ରଖି ପଚରା ଉଚରା କରୁଛି । ଅନ୍ୟ ପକ୍ଷରେ ମୃତ ଦେବରାଜ ପରିବାର ଲୋକ ଏହା ଆତ୍ମ ହତ୍ୟା ନୁହେଁ ବରଂ ଏକ ଷଡଯନ୍ତ୍ରପୂର୍ଣ୍ଣ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.