Below header

ଶ୍ୱଶୁର ଘରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ଡାକ୍ତର, ଭଲ ଲୋକ ଜଣେ ଏମିତି କାହିଁକି କଲେ ?

ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନରେ ଜଣେ ଡାକ୍ତର ବେକରେ ଲୁଗା ଲଗାଇ ଝୁଲି ପଡ଼ିଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ) : ଜୀବନ ହାରି ଦେଲେ ଡାକ୍ତର । ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନରେ ଜଣେ ଡାକ୍ତର ବେକରେ ଲୁଗା ଲଗାଇ ଝୁଲି ପଡ଼ିଛନ୍ତି । ମୃତ ଡାକ୍ତର ଜଣକ ହେଲେ ସୁରେନ୍ଦ୍ରନାଥ ରଥ । ସେ ଗଜପତି ଜିଲ୍ଲା ଜିଲ୍ଲା ଚିକିତ୍ସାଳୟରେ ମେଡିସିନ୍ ସ୍ପେସାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ନିଜ ଶ୍ୱଶୁର ଘରକୁ ଆସିଥିବା ବେଳେ ଶଶୁର ଘର ଏକ କୋଠରୀରେ ଆଜି ସକାଳୁ ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା ।

ଆଜି ସକାଳୁ ସୁରେନ୍ଦ୍ର ନାଥ କବାଟ ନ ଖୋଲିବାରୁ ପରିବାରେ ଲୋକେ କବାଟ ଭାଙ୍ଗି ଭାଙ୍ଗିଥିଲେ । ତେବେ ସେତେବେଳକୁ ତାଙ୍କ ଦେହରେ ଆଉ ପ୍ରାଣ ନଥିଲା । ଘରଲୋକ ଏନେଇ ଗୋଷାଣୀନୂଆଗାଁ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗୋଷାଣୀନୂଆଗାଁ ଥାନା ଅଧିକାରୀ ଓ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସେପଟେ ମୃତ ଡାକ୍ତର ଜଣକ ଅତି ଉତ୍ତମ ସ୍ୱଭାବର ଓ ପରୋଉପକାରୀ ଥିଲେ । ତେବେ ସେ କେଉଁ ପରିସ୍ଥିତିରେ ମୃତ୍ୟୁକୁ ଆପଣାଇ ନେଲେ ତାହା ଜଣାପଡି ନାହିଁ । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି ବୋଲି ବ୍ରହ୍ମପୁର ଏସପି ଶ୍ରର୍ବଣ ବିବେକ୍ ଏମ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.