ଏସିଆ କପ୍‌ : ନେପାଳ ଭଲ ଖେଳିଲା, ଏବେ ଭାରତ ପାଳି

ଭାରତ ବିପକ୍ଷରେ ଏସିଆ କପ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନେପାଳ ୨୩୦ ରନ୍‌ (୪୮.୨ ଓଭର) କରି ଅଲଆଉଟ୍‌ ହୋଇଛି ।

ପାଲିକଲ : ଭାରତ ବିପକ୍ଷରେ ଏସିଆ କପ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନେପାଳ ୨୩୦ ରନ୍‌ (୪୮.୨ ଓଭର) କରି ଅଲଆଉଟ୍‌ ହୋଇଛି । ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନେଇଥିଲା । ନେପାଳର ଦୁଇ ଓପ୍ନର ଭଲ ଖେଳି ୬୫ ରନ୍‌ ଯୋଡ଼ିଥିଲେ । କୁଶଲ ୩୮ ଏବଂ ଆସିଫ ସେଖ ୫୮ ରନ୍‌ କରିଥିଲେ । ତେବେ ମଧ୍ୟଭାଗ ଫ୍ଲପ ହେବା ପରେ ଶେଷ ଭାଗରେ ଗୁଲଶନ ୨୩, ଦୀପେନ୍ଦ୍ର ୨୯ ଏବଂ ସବୁଠୁ ମହତ୍ୱପୂର୍ଣ୍ଣ ଯୋଗଦାନ କରି ସୋମପାଲ କାମି ୪୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।
ଆଜି ମଧ୍ୟ ବର୍ଷା ଯୋଗୁଁ ମଝିରେ ଖେଳ ବାଧାପ୍ରାପ୍ତ ହୋଇଥିଲା । ଏବେ ଭାରତ ପାଖରେ ଚ୍ୟାଲେଞ୍ଜ ଏହି ଲକ୍ଷ୍ୟକୁ ହାସଲ କରିବା । ତେବେ ସେ ଯାହାବି ହେଉ ଭାରତୀୟ ଦଳ ଜିତିଲେ କିମ୍ବା ମ୍ୟାଚ୍‌ ବାତିଲ ହେଲେ ବି ଏସିଆକପ୍‌ ସୁପର ଫୋରରେ ପହଞ୍ଚିବେ ।

sc-1

sc-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.