ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ: ଲୋକଙ୍କୁ ମିଳିବ ପଟ୍ଟା

5T ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଡିସେମ୍ବରରୁ ପଟ୍ଟା ବଣ୍ଟନ ଆରମ୍ଭ ହେବ।

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ ହୋଇ ଲୋକଙ୍କୁ ମିଳିବ ପଟ୍ଟା। 5T ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଡିସେମ୍ବରରୁ ପଟ୍ଟା ବଣ୍ଟନ ଆରମ୍ଭ ହେବ। 5T ସଚିବ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା ଦୀର୍ଘ ବର୍ଷର ସମସ୍ୟା ।

ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱାରା ୫୩୭ ପରିବାର ଉପକୃତ ହେବେ। ସେହିପରି ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ମଧ୍ୟ ସମାଧାନ ହେବ। ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର ଟାସ୍କ ଫୋର୍ସର ନିର୍ଦ୍ଧାରିତ SOP ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.