ନିର୍ବାଚନ ପାଇଁ ବିଜେଡିର ମାନସମନ୍ଥନ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ବିରୋଧୀଙ୍କ ଅପପ୍ରଚାରକୁ ରୋକ୍। ସୋସିଆଲ ମିଡିଆରେ ଯୋଡ଼ି ରହିବାକୁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି । ନିର୍ବାଚନ ଆସୁଥିବାରୁ ବିରୋଧୀ ଅପପ୍ରଚାରରେ ମାତିବେ। ସୋସିଆଲ ମିଡିଆରେ ସତ ସାମ୍ନାକୁ ଆଣିବା ପାଇଁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟରୋ): ନିର୍ବାଚନ ପାଇଁ କସରତ । ବିଜେଡିର ମାନସମନ୍ଥନ । ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କ ଅପପ୍ରଚାରକୁ ରୋକ୍। ସୋସିଆଲ ମିଡିଆରେ ଯୋଡ଼ି ରହିବାକୁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି । ନିର୍ବାଚନ ଆସୁଥିବାରୁ ବିରୋଧୀ ଅପପ୍ରଚାରରେ ମାତିବେ। ସୋସିଆଲ ମିଡିଆରେ ସତ ସାମ୍ନାକୁ ଆଣିବା ପାଇଁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ତୃଣମୂଳସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଯାଏ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

ଖୁବଶୀଘ୍ର ପ୍ରତି ନିର୍ବାଚନମଣ୍ଡଳୀର ୱାର୍ଡସ୍ତରରୁ ୨୦୦ କର୍ମୀ ଓ ନେତାଙ୍କୁ ତାଲିମ୍ ଦେବା ପାଇଁ ଦଳ ଯୋଜନା କରିଛି। ସବୁ ବର୍ଗର ଭୋଟର କିଭଳି ଯୋଡ଼ି ହେବେ ସେନେଇ ପ୍ରଶିକ୍ଷଣ ଦିଆଯିବ । ବିଜେଡ଼ି ଫୋକସରେ ଅଛନ୍ତି ନୂଆ ଭୋଟର, ଯୁବ ଗୋଷ୍ଠୀ, ମହିଳା ଓ ବରିଷ୍ଠ ନାଗରିକ । ସମସ୍ତଙ୍କ ସହ ବିଜେଡି କେମିତି ଯୋଡ଼ି ହୋଇ ଦଳକୁ ଆହୁରି ସଂଗଠିତ ଓ ସଶକ୍ତ କରିବ ଆଜିର ବୈଠକରେ ଗୁରୁତ୍ବାରୋପ କରାଯାଇଛି ।

ପ୍ରତି ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ନେଇ ବଡ ବ୍ଲୁପ୍ରିଣ୍ଟ କରିଛି । ଏଥିସହ ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡି ପଦଯାତ୍ରା। ଆଗକୁ ନିର୍ବାଚନ ବର୍ଷ ଥିବାରୁ ପଦଯାତ୍ରୀକୁ ବେଶ ପ୍ରଭାବୀ ଢଙ୍ଗରେ କରିବାକୁ ସ୍ଥିର କରିଛି ଦଳ । ମାସେ ଧରି ଚାଲିବାକୁ ଥିବା ଏହି ପଦଯାତ୍ରାରେ ଲୋକଙ୍କ ପାଖରେ କିଭଳି ସରକାରଙ୍କ ଉପଲବ୍ଧି ପହଞ୍ଚାଇବା ପାଇଁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ। ଏହା ଭିତରେ ଅନେକ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ନେଇ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରୁଛନ୍ତି।

ନିର୍ବାଚନକୁ ଆଉ ବର୍ଷେରେ କମ୍ ସମୟ ରହିଲା । ସମୟ ବିତୁଛି, ଉଷ୍ଣତା ବଢୁଛି । ରାଜନୈତିକ କାର୍ଯ୍ୟକଳାପ ତେଜିଲାଣି । ଏବେ ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଜୋରଦାର ହେଲାଣି । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ବିଜେଡି ନୂଆ ରଣନୀତି ସହ ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କଲାଣି । 


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.