Below header

ଯୁବତୀଙ୍କୁ ଟଣା ଓଟରା ସହିତ କାରରେ ଅପହରଣ ଉଦ୍ୟମ, ଦୁଇ ଯୁବକଙ୍କୁ ଛେଚିଲେ ସ୍ଥାନୀୟ ଲୋକ

ଆଜି ସନ୍ଧ୍ୟା ସମୟରେ ଦୁଇ ଜଣ ଯୁବତୀ ଷ୍ଟାଡିୟମରୁ ଘରକୁ ଫେରୁଥିବା ବେଳେ ନୁଆବଜାର ଠାରେ ଦୁଇ ଜଣ ଯୁବକ ଏକ କାରରେ ଆସି ଯୁବତୀଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ। ମାତ୍ର ଯୁବତୀ ଦୁଇ ଜଣ ଏଥିରେ ରାଜି ନହେବାରୁ ଯୁବକ ଦୁଇ ଜଣ ଯୁବତୀଙ୍କୁ ଟଣାଓଟରା କରିଥିଲେ।

ପାରାଦ୍ବୀପ(କେନ୍ୟୁଜ):  ଯୁବତୀଙ୍କୁ ଟଣା ଓଟରା କରିବା ସହିତ କାରରେ ଅପହରଣ ଉଦ୍ୟମ। ସ୍ଥାନୀୟ ଲୋକ ପ୍ରତିବାଦ କରିବାରୁ ହଙ୍ଗାମା କଲେ ଦୁଇ ଯୁବକ। ଖସି ପଳାଉଥିବା ବେଳେ ଧରି ବହେ ଛେଚିଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରୁ ଜଣେ ଯୁବକ ଫେରାର ଥିବା ବେଳେ ଜଣଙ୍କୁ ଉଠାଇ ନେଲା ପୋଲିସ। ପାରାଦ୍ଵୀପ ନୂଆବଜାର କଲୋନୀରେ ଘଟିଛି ଘଟଣା।

ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଦୁଇ ଜଣ ଯୁବତୀ ଷ୍ଟାଡିୟମରୁ ଘରକୁ ଫେରୁଥିବା ବେଳେ ନୁଆବଜାର ଠାରେ ଦୁଇ ଜଣ ଯୁବକ ଏକ କାରରେ ଆସି ଯୁବତୀଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ। ମାତ୍ର ଯୁବତୀ ଦୁଇ ଜଣ ଏଥିରେ ରାଜି ନହେବାରୁ ଯୁବକ ଦୁଇ ଜଣ ଯୁବତୀଙ୍କୁ ଟଣାଓଟରା କରିଥିଲେ। ଫଳରେ ଯୁବତୀ ଦୁଇ ଜଣ ପାଟିକରିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହିତ ପରିବାର ଲୋକେ ପହଞ୍ଚି ଜଣେ ଯୁବକକୁ କାବୁ କରି ମାଡ ମାରିଥିବା ବେଳେ ଅନ୍ୟ ଜଣେ ଯୁବକ ଘଟଣା ସ୍ଥଳରୁ ଖସି ପଳେଇ ଯିବାକୁ ସକ୍ଷମ ହୋଇଥିଲା। ତେବେ ଘଟଣା ସ୍ଥଳରେ ଜଟାଧାର ମୁହାଁଣ ଥାନା ପୋଲିସ ପହଞ୍ଚି ଯୁବକକୁ ନେଇ ଥାନାରେ ପଚରା ଉଚରା ଜାରି ରଖିଛି। ଏ ନେଇ ପରିବାର ପକ୍ଷରୁ ଉକ୍ତ ଯୁବକଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.