ଭଞ୍ଜନଗରରେ ପୁଣି ପୂର୍ବ ଶତ୍ରୁତାରୁ ଆକ୍ରମଣ: ଖଣ୍ଡାଚୋଟରେ ଶଳା ଭିଣୋଇଙ୍କ ମୃତ୍ୟୁ

ଦୁଇ ମୃତକ ହେଲେ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାରିଝୋଳ ଗାଁ ରେ ହତ୍ୟାକାଣ୍ଡ ଘଟିଛି। ଦୁଇ ମୃତକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା।

ଭଞ୍ଜନଗର(କେନ୍ୟୁଜ୍):  ପୂର୍ବ ଶତ୍ରୁତାରୁ ଆକ୍ରମଣ । ଖଣ୍ଡାଚୋଟରେ ଶଳା ଭିଣୋଇଙ୍କ ମୃତ୍ୟୁ। ଦୁଇ ମୃତକ ହେଲେ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାରିଝୋଳ ଗାଁ ରେ ହତ୍ୟାକାଣ୍ଡ ଘଟିଛି। ଦୁଇ ମୃତକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ୧୦ରୁ ଅଧିକ ଲୋକ ଖଣ୍ଡାରେ ଆକ୍ରମଣ କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାଜନୈତିକ ଶତ୍ରୁତାରୁ ଆକ୍ରମଣ ହୋଇଛି। ୨ ମାସ ପୂର୍ବରୁ ମଧ୍ୟ ମିଥୁନ ଭୂୟାଁଙ୍କୁ ଆକ୍ରମଣ କରାଯାଇଥିଲା। ସେତେବେଳେ ସେ ବର୍ତ୍ତି ଯାଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି।

You might also like