ସୋସିଆଲ ମିଡିଆରେ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅସମ୍ମାନ, ପ୍ରଥମେ ଫ୍ୟାନ୍ ଭାବେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପରେ ବିବାହ ପ୍ରସ୍ତାବ

ଭୁବନେଶ୍ବର : ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ଦୁରୁପଯୋଗ ବଢ଼ିବାରେ ଲାଗିଛି । ଏହାରି ଭିତରେ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅସମ୍ମାନର ଚିତ୍ର ସାମ୍ନାକୁ ଆସିଛି । ପ୍ରଥମେ ଫ୍ୟାନ୍ ଭାବେ ଫେସବୁକ୍ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପରେ ବିବାହ ପ୍ରସ୍ତାବ । ଏହାପରେ ଦୂତୀ ଅନଫ୍ରେଣ୍ଡ କରିବା ପରେ ଅଶାଳୀନ ମେସେଜ୍ ଫଠାଇଥିଲା ସମ୍ପୃକ୍ତ ଯୁବକ । ତେବେ ଦୂତୀ ଏହି ସବୁ ମେସେଜର ସ୍କ୍ରିନ୍ ସଟ୍ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପରେ ଭାଇରାଲ୍ ହେବାରେ ଲାଗିଛି ।
ଶେଷରେ ଦୂତୀଙ୍କ ପୋଷ୍ଟ ପରେ ଯୁବକ ଜଣକ କ୍ଷମାପ୍ରାର୍ଥନା କରି କହିଛନ୍ତି ତାଙ୍କ ଆଇଡିକୁ କେହି ହ୍ୟାକ୍ କରି ଏପରି କରିଛି । ଏହା ସହିତ ପୋଷ୍ଟ ଗୁଡିକୁ ସୋସିଆଲ୍ ମିଡିଆରୁ ଡିଲିଟ୍ କରିଦେବାକୁ ଦୂତୀଙ୍କୁ ଅନୁରୋଧ କରିଛନ୍ତି ।